ଓଡ଼ିଶାରେ ଧିମେଇ ଯାଇଛି ପିଏମ୍‌ ସୂର୍ଯ୍ୟ ଘର ଯୋଜନା । ଏହି ଯୋଜନାର ଅଗ୍ରଗତି ନେଇ ସମୀକ୍ଷା ପରେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କ କଡ଼ା ନିର୍ଦ୍ଦେଶନାମା । ୩ ଲକ୍ଷ ଟାର୍ଗେଟ୍‌ ଦିଆଯାଇଥିବା ବେଳେ ପୂରଣ ହୋଇଛି ମାତ୍ର ୨୦ ହଜାର । ତେଣୁ ପ୍ରତି ମାସରେ ଅଗ୍ରଗତି ନେଇ ବିତରକ କମ୍ପାନୀଙ୍କ ସହ ସମୀକ୍ଷା ହେବ । ପିଏମ ସୂର୍ଯ୍ୟଘର ଯୋଜନାକୁ ନେଇ ବିଲ କଲେକ୍ସନ କରୁଥିବା କର୍ମଚାରୀ ଆୱାରନେସ କରାଇବେ । ଲୋକଙ୍କୁ ସଚେତନ କରାଯିବା ସହ ଲିଫ୍‌ଲେଟ୍‌ ଓ ପାମ୍ପଲେଟ୍‌ ବଣ୍ଟାଯିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

ଉପମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଅନ ଲାଇନ ଜରିଆରେ ଯେଉଁମାନେ ପିଏମ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ବିତରଣ କମ୍ପାନୀ ମାନେ ଯୋଗାଯୋଗ କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ରାଜ୍ୟରେ ପିଏମ୍‌ ସୂର୍ଯ୍ୟ ଘର ଯୋଜନା ଧିମେଇ ଯାଇଥିବା ଯୋଗୁଁ  ୧ ଲକ୍ଷ ୮୦ ହଜାର ଆବେଦନକୁ ରେଗୁଲାର ମିନିଟରିଂ କରାଯିବ ।

Leave a Reply

Your email address will not be published. Required fields are marked *