ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ହଷ୍ଟେଲ୍ ଛାତରୁ ପଡ଼ି ଜଣେ ଯୁବଙ୍କ ମୃତ୍ୟୁ। ଜଣେ ବିଜେଡି ନେତାଙ୍କ ଡ୍ରାଇଭର ଭାବେ କାମ କରିଥିଲେ ମୃତ ଯୁବକ । ମୃତ ଯୁବକ ହେଲେ ନରସିଂହପୁରର ବିଶ୍ୱ ରଂଜନ ଯାଦବ । ସେ ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ର ନଥିବା ବେଳେ ସେ ଉତ୍କଳ ବିଶ୍ଵବିଦ୍ୟାଳୟର ଫକୀରମୋହନ ଛାତ୍ରାବାସରେ ରହୁଥିଲେ । ଖବର ପାଇ ଘଟଣାସ୍ଥଳରେ ସହିଦ ନଗର ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ବିଶ୍ୱ ରଂଜନଙ୍କ ମୃତ୍ୟୁ କେମିତି ମୃତ୍ୟୁ ହୋଇଛି ତା’ର କାରଣ ଏବେ ବି ଅସ୍ପଷ୍ଟ ରହିଛି ।

ଅନ୍ୟପଟେ ଜଣେ ଅଣଛାତ୍ର କିପରି ବିଶ୍ଵବିଦ୍ୟାଳୟର ଛାତ୍ରବାସରେ ରହୁଥିଲେ ଓ ବିଳମ୍ବିତ ରାତିରେ ସେ ଛାତ ଉପରେ କରୁଥିଲା କଣ ? ଏବଂ ତାଙ୍କୁ ଛାତ୍ରବାସରେ ରହିବାକୁ କିଏ ଅନୁମତି ଦେଇଥିଲା ସେ ନେଇ ପଚରାଉଚରା କରୁଛି ପୁଲିସ୍।

ସୂଚନା ଯୋଗ୍ୟ; ବିଶ୍ୱ ରଂଜନ ଯାଦବ ନାମକ ଜଣେ ଯୁବକ ଉତ୍କଳ ବିଶ୍ଵବିଦ୍ୟାଳୟର ଫକୀରମୋହନ ଛାତ୍ରାବାସରେ ରହୁଥିଲେ । ଆଜି ସକାଳୁ ତାଙ୍କ ମୃତ ଦେହ ତଳେ ପଡିଥିବାର ଛାତ୍ରମାନେ ଦେଖି ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ପୋଲିସ ପହଞ୍ଚି ମୃତ ଦେହକୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଛାନବିନ୍ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *