୮୨ ବର୍ଷ ବୟସରେ ପାଦ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ପ୍ରତିବର୍ଷ ଭଳି ଆଜି ମଧ୍ୟ ସେ ବେଶ ଧୁମଧାମରେ ନିଜ ଜନ୍ମଦିନ ପାଳିଛନ୍ତି। ମୁକୁଟ ପିନ୍ଧି, ଫୁଲମାଳ ପକାଇ ଶୁଭେଚ୍ଛା ଦେଉଥିବା ଲୋକଙ୍କୁ କୁଣ୍ଢେଇ ପକାଉଛନ୍ତି । ଭଜନ ସହ ଖାଇବା ବ୍ୟବସ୍ଥା ବି କରିଛନ୍ତି । ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ବାସଭବନରେ ଶୁଭେଚ୍ଛଙ୍କ ଭିଡ ଜମିଛି । ଏହି ସମୟରେ ବଡ଼ ପୁଅ ବିଧାୟକ ଓ ସାନ ପୁଅ ସାଂସଦ ହେବା ତାଙ୍କର ସବୁଠାରୁ ଇଚ୍ଛା ବୋଲି କହିଛନ୍ତି ସୁର। ସୂଚନା ଯୋଗ୍ୟ; ଆଜି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ଜନ୍ମଦିନ । ‘ମାଡି ଚାଲ’ ଡାଇଲଗ ସାଙ୍ଗକୁ , ‘ଓଃ ବିୟୁଟିଫୁଲ୍’ ଆଉ କେତେବେଳେ ପୁଣି ‘ରେଡି ତ’ ଏହି ସବୁ ଡାଇଲଗ କହି ସୋସିଆଲ ମିଡ଼ିଆର ସବୁବେଳେ ଚହଳ ପକାଇଥାନ୍ତି ସୁର ରାଉତରାୟ । ଯେତେବେଳେ ଯାହା ବି କୁହନ୍ତି ଏକଦମ ରୋକଠୋକ । ବିଜେବି କଲେଜରେ ପାଠ ପଢ଼ୁଥିବା ବେଳେ ସୁରେଶ ନିଜର ଛାତ୍ର ରାଜନୀତିରୁ କ୍ୟାରିଅର ଆରମ୍ଭ କରିଥିଲେ । ୧୯୭୭ ମସିହାରେ ପ୍ରଥମ ଥର ପାଇଁ ସେ ଜଟଣୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଜିତି ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେହି ସମୟରେ ସେ ଜନତା ଦଳରୁ ଟିକେଟ ପାଇ ନିର୍ବାଚନ ଲଢ଼ିଥିଲେ ଓ ଏହା ପରେ ଆରମ୍ଭ କରିଥିଲେ କଂଗ୍ରେସ ରାଜନୀତି । ପରେ କଂଗ୍ରେସ ଟିକେଟରେ ୧୯୮୦, ୧୯୮୫, ୧୯୯୫ , ୨୦୦୦ ଏବଂ ୨୦୧୯ରେ ନିର୍ବାଚିତ ହୋଇଥିଲେ । ୧୯୭୭ରୁ ଜଟଣୀକୁ ନିଜ କବଜାରେ ରଖିଥିବା ସୁରେଶ ରାଉତରାୟ ସେଠାରୁ ୧୦ଥର ନିର୍ବାଚନ ଲଢ଼ି ୬ ଥର ବିଧାୟକ ହୋଇଥିଲେ । Post navigation ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୬୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଭାଗା ବେଳାଭୂମିରେ ବୁଡ଼ି ୩ ଯୁବକ ମୃତ