congress-to-hold-samvidhan-bachao-andolan-from-october-2

ଦିନକୁ ଦିନ ରାଜ୍ୟରେ ବଢୁଥିବା ନାରୀ ନିର୍ଯ୍ୟାତନାକୁ ନେଇ କଂଗ୍ରେସର ନାରୀ ନ୍ୟାୟ ପଦଯାତ୍ରା । ବଳଙ୍ଗାରେ କଂଗ୍ରେସର ‘ନାରୀ ନ୍ୟାୟ’ ପଦଯାତ୍ରା ଆରମ୍ଭ ହୋଇଛି । ବଳଙ୍ଗା ଝିଅକୁ ନ୍ୟାୟ ଦେବା ଏବଂ ନାରୀଙ୍କ ସୁରକ୍ଷା ପାଇଁ କଂଗ୍ରେସ ଦଳର ଏହି ନାରୀ ନ୍ୟାୟ ପଦଯାତ୍ରା କରିଛୁ। ଆଜି ହୋଇଥିବା ଏହି ପଦଯାତ୍ରାରେ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଛନ୍ତି । ବାୟାବାର ଗାଁରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ନିମାପଡ଼ା ପର୍ଯ୍ୟନ୍ତ ଯିବ ।ବଳଙ୍ଗା ଛାତ୍ରୀ ପୋଡ଼ି ଘଟଣାରେ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ା ଯାଉଥିବା ଅଭିଯୋଗରେ ଏହି ନାରୀ ନ୍ୟାୟ ପଦଯାତ୍ରା କରିଛି କଂଗ୍ରେସ ।

ବଳଙ୍ଗା ଛାତ୍ରୀ ପୋଡି ଘଟଣାରେ ଦୀର୍ଘ ଦିନ ବିତି ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ପୋଲିସ ଧରି ପାରିଲା ନାହିଁ । ବଳଙ୍ଗା ପୋଡି ଘଟଣାର ତିନି ଅଭିଯୁକ୍ତଙ୍କୁ ଗିରଫ କରି ମୃତ ପୀଡିତାଙ୍କୁ ନ୍ୟାୟ ପ୍ରଦାନ, ରାଜ୍ୟରେ ବୃଦ୍ଧି ପାଉଥିବା ନାରୀ ନିର୍ଯାତନା ବିରୁଦ୍ଧରେ ଶୀଘ୍ର ରାଜ୍ୟ ସରକାର କାର୍ଯାନୁଷ୍ଠାନ ନ ନେଲେ କଂଗ୍ରେସର ପ୍ରତିବାଦ ଜାରି ରହିବ ବୋଲି ଚେତାବନୀ ଦେଇଛି କଂଗ୍ରେସ ।

ସେପଟେ କଂଗ୍ରେସ ପଦଯାତ୍ରା ପାଇଁ ପୀଡ଼ିତାଙ୍କ ଘର ଓ କବର ଦିଆଯାଇଥିବା ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

 

Leave a Reply

Your email address will not be published. Required fields are marked *