ଆହ୍ଲାବାଦ ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମାଙ୍କୁ ସୁପ୍ରିମକୋର୍ଟଙ୍କ ଶକ୍ତ ଧକ୍କା । ଜଷ୍ଟିସ୍ ବର୍ମାଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଯାଂଚ ପ୍ରକ୍ରିୟା ବିରୋଧରେ ଜଷ୍ଟିସ ବର୍ମା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ଦେଇଥିଲେ । ସୁପ୍ରିମକୋର୍ଟ କହିଛନ୍ତି ଯାଞ୍ଚ କମିଟି ପ୍ରକ୍ରିୟାକୁ ପୂରା ପାଳନ କରିଛନ୍ତି । ଜଷ୍ଟିସ୍ ବର୍ମାଙ୍କ ଆଚରଣ ପ୍ରଶ୍ନବାଚୀ ସୃଷ୍ଟି କରିବା ଭଳି । ତେଣୁ ତାଙ୍କ ଆବେଦନ ଉପରେ ବିଚାର କରାଯିବା ଉଚିତ ନୁହେଁ। ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ସରକାରୀ ବଙ୍ଗଳାରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲିଭାଇବାକୁ ଯାଇଥିବା ଦମକଳ ବାହିନୀ ସେଠାରେ ବିପୁଳ ପରିମାଣର ଟଙ୍କା ପାଇଥିଲେ। ଅଗ୍ନିକାଣ୍ଡ ସମୟରେ ଜଷ୍ଟିସ୍ ବର୍ମା ଘରେ ନଥିଲେ। ରେକର୍ଡ ବୁକରେ ହିସାବ ବାହାରେ ଟଙ୍କା ମିଳିଥିଲା। ଏହା ପରେ ଜଷ୍ଟିସ୍ ବର୍ମା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଘଟଣାର ତଦନ୍ତ ପ୍ରକ୍ରିୟା ବନ୍ଦ କରିବା ପାଇଁ ଜଷ୍ଟିସ୍ ବର୍ମା ଏକ ଆବେଦନ ଦାୟର କରିଥିଲେ। ସେ ଆଭ୍ୟନ୍ତରୀଣ ତିନି ଜଣିଆ ତଦନ୍ତ କମିଟିର ରିପୋର୍ଟ ଏବଂ ତାଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପୂର୍ବତନ ମୁଖ୍ୟ ବିଚାରପତି ସଞ୍ଜୀବ ଖାନ୍ନାଙ୍କ ସୁପାରିଶକୁ ଚ୍ୟାଲେଞ୍ଜ କରିଥିଲେ। ଜଷ୍ଟିସ ବର୍ମା ତାଙ୍କ ଆବେଦନରେ ଦାବି କରିଥିଲେ ଯେ ଆଭ୍ୟନ୍ତରୀଣ ତଦନ୍ତ ପ୍ରକ୍ରିୟା ଅସାମ୍ବିଧାନିକ ଏବଂ ଏହା ସଂସଦର ବିଶେଷାଧିକାରକୁ କ୍ଷୁର୍ଣ୍ଣ କରେ, କାରଣ ସମ୍ବିଧାନର ଧାରା ୧୨୪ ଏବଂ ୨୧୮ରେ ଉଲ୍ଲେଖ ଥିବା ଅନୁଯାୟୀ କେବଳ ସଂସଦର ବିଚାରପତିମାନଙ୍କୁ ହଟାଇବାର ଅଧିକାର ଅଛି। ସେ ଏହା ମଧ୍ୟ କହିଛନ୍ତି ଯେ କମିଟି ତାଙ୍କୁ ଏକ ନିରପେକ୍ଷ ଶୁଣାଣି ଦେଇନାହିଁ ଏବଂ ପ୍ରମାଣକୁ ଅଣଦେଖା କରିଛି। କିନ୍ତୁ ସୁପ୍ରିମକୋର୍ଟ ଏହି ଯୁକ୍ତିଗୁଡ଼ିକୁ ଖାରଜ କରିଦେଇଛି । Post navigation ଟାରିଫ୍ ବିବାଦ ମଧ୍ୟରେ ମୋଦିଙ୍କ କଡ଼ା ବାର୍ତ୍ତା; ଚାଷୀଙ୍କ ସ୍ବାର୍ଥ ସହ କେବେ ସାଲିସ୍ କରାଯିବ ନାହିଁ ଏଫ୍ଏମ୍ ଛାତ୍ରୀ ଆତ୍ମାହୁତି ମାମଲା: ତଦନ୍ତରୁ ଅନ୍ତର ହେଲେ ଏସ୍. ସାଇନି