Screenshot

ସଂସ୍କୃତି ଗବେଷକ,ଭାଷ୍ୟକାର ଓ ଭୁତପୁର୍ବ ମୁଖ୍ୟ ଶାସନ ସଚିବ ଡ଼କ୍ଟର ସୁବାସ ପାଣିର ଭୁବନେଶ୍ୱରରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଆଜି ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ହେବ। ସେ ଜଣେ ବିଶିଷ୍ଟ ଲେଖକ, ଅନୁବାଦକ, ସଙ୍ଗୀତ ରଚୟିତା ତଥା ସୃଜନଶୀଳ ଦାର୍ଶନିକ ଭାବେ ପରିଚିତ ଥିଲେ।

ସୁବାସ ପାଣିଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏନେଇ ମୁଖ୍ଯମନ୍ତ୍ରୀ ନିଜ ସୋସିଆଲ ମିଡିଆ ଏକ୍ସରେ ଶ୍ରଦ୍ଧାଞ୍ଜଳି ଦେଇ ଲେଖିଛନ୍ତି, ଓଡ଼ିଶା ସରକାରଙ୍କ ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ତଥା ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ ଓ ଲେଖକ ସୁବାସ ପାଣିଙ୍କ ଦେହାନ୍ତ ବିଷୟରେ ଶୁଣି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ତାଙ୍କ ବିୟୋଗ ଆମ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି । ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ।

ସୂଚନାଯୋଗ୍ୟ; ପୂର୍ବତନ ଶାସନ ସଚିବ ତଥା ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ ଓ ଲେଖକ ସୁବାସ ପାଣି ଭାରତ ସରକାରଙ୍କ ନିର୍ବାଚନ କମିଶନର, ଗ୍ରାମୀଣ ବିକାଶ ଏବଂ ଭୂମି ସମ୍ପଦ ସଚିବ ଏବଂ ଯୋଜନା କମିଶନର ସଚିବ ଭାବରେ ଦାୟିତ୍ୱ ତୁଲାଇଥିଲେ। ସେ ଜଣେ ଦକ୍ଷ ଲେଖକ, ଅନୁବାଦକ, ସଂଗୀତଜ୍ଞ ଏବଂ ସୃଜନଶୀଳ ନିର୍ଦ୍ଦେଶକ ଥିଲେ ଏବଂ ଜୟଦେବଙ୍କ ଗୀତା ଗୋବିନ୍ଦ ଉପରେ ପିଏଚଡି ଡିଗ୍ରୀ ମଧ୍ୟ ହାସଲ କରିଥିଲେ । ଓଡ଼ିଆ ସଂସ୍କୃତି ଗବେଷଣା ବିଶେଷକରି ଜଗନ୍ନାଥ ସଂସ୍କୃତି ଓ ଗୀତ ଗୋବିନ୍ଦ ଉପରେ ସେ ଅନେକ ମହତ୍ୱପୂର୍ଣ କାମ କରିଯାଇଛନ୍ତି । ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବରେ ମଧ୍ୟ ତାଙ୍କର ବିଶେଷ ସୁନାମ ଥିଲା ।

Leave a Reply

Your email address will not be published. Required fields are marked *