Retired teacher to be appointed as guest teacher
ସ୍କୁଲ ଶିକ୍ଷାକୁ ଦିଆଯିବ ଅଧିକ ଗୁରୁତ୍ୱ । ଶ୍ରେଣୀ ଗୃହରେ ଯେପରି ଶିକ୍ଷକ ଅଭାବରୁ ପାଠପଢ଼ାରେ କୌଣସି ଅସୁବିଧା ନହୁଏ, ସେଥିପ୍ରତି ଧ୍ୟାନ ଦେଇଛନ୍ତି ରାଜ୍ୟ ସରକାର ।
 
ଅବସରପ୍ରାପ୍ତ ୬୩୮୭ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ମିଳିବ ନିଯୁକ୍ତି । ଅନୁଦାନପ୍ରାପ୍ତ, ବ୍ଲକଗ୍ରାଣ୍ଟ ହାଇସ୍କୁଲ ସହ ସଂସ୍କୃତ ଟୋଲ୍‌ ସ୍କୁଲରେ ମିଳିବ ନିଯୁକ୍ତି ।
 
ଏ ନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚିଠି ଲେଖିଛନ୍ତି । ନୂଆ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ନିଯୁକ୍ତ ହେବା ଯାଏଁ ଏମାନେ ଶିକ୍ଷକତା କରିବେ ।
 
ନିଜ ଅଞ୍ଚଳରେ ଫାଙ୍କା ଥିବା ପଦବୀ ବିଷୟରେ ଅବଗତ କରିବେ ଡିଇଓ । ଖାଲି ପଦବୀରେ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ନିଯୁକ୍ତ ହେଲେ ଅତିଥି ଶିକ୍ଷକ ଅପସାରିତ ହେବେ ।
 
 
 

By Nirvay

Leave a Reply

Your email address will not be published. Required fields are marked *