ଆପାର୍ଟମେଣ୍ଟ ପଞ୍ଜିକରଣ ନିୟମକୁ ନେଇ ବସିବ ବୈଠକ। କାଲି ଅପରାହ୍ନ ୩ ଟା ୩୦ରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ରେରା ଆଇନ ସହ ଜଡ଼ିତ ୫ଟି ବିଷୟବସ୍ତୁକୁ ନେଇ ହେବ ଆଲୋଚନା କରାଯିବ । ନଗର ଉନ୍ନୟନ ବିଭାଗ, ରାଜସ୍ୱ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ ସମେତ ଓରେରା, ବିଡ଼ିଏ, ବିଏମସି, ଟାଉନ ପ୍ଲାନିଂ, ୱାଟକୋ ଭଳି ବିଭିନ୍ନ ବିଭାଗର ଅଧିକାରୀ ଏହି ବୈଠକରେ ଯୋଗଦେବେ ବୋଲି ଜଣାପଡିଛି। ଆପାର୍ଟମେଣ୍ଟ ପଞ୍ଜିକରଣ ସମସ୍ୟାର ସମାଧାନ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯିବ । ବୈଠକରେ ରେରା ସମ୍ବନ୍ଧୀୟ ବିଭିନ୍ନ ବିଷୟଗୁଡିକ ଉପରେ ସମୀକ୍ଷା କରାଯାଇ ନିଷ୍ପତ୍ତି ନିଆଯିବ । ଫ୍ଲାଟ ପଞ୍ଜୀକରଣ ସମସ୍ୟା, ହାଉସିଂ କଲୋନୀଗୁଡ଼ିକ ଭିତରେ ଥିବା ଜଙ୍ଗଲ ଜମି ସ୍ଥିତି, ଜବରଦଖଲରେ ଥିବା ରାସ୍ତାଘାଟ, ଆପ୍ରୋଚ୍ ରୋଡ୍ ପାଇଁ ଘରୋଇ ଜମି ପାଇବା ଏବଂ ସରକାରୀ ଜମିର ବ୍ୟବହାର ଉପରେ ଏହି ବୈଠକରେ ଆଲୋକପାତ କରାଯିବ । Post navigation ବାଘ ଶୂନ୍ୟ ହୋଇଯାଇଛି ସାତକୋଶିଆ: ପିସିସିଏଫ୍ ପୂର୍ତ୍ତ ବିଭାଗ କାମରେ ଲାଗିବ AI: ପୃଥ୍ବୀରାଜ ହରିଚନ୍ଦନ