ପହଲଗାମ ଘଟଣା ପରେ ଭାରତ-ପାକିସ୍ତାନ ମ୍ୟାଚ୍କୁ ନେଇ ଥିବା ସସ୍ପେନ୍ସ ଆଜି ଦୂର ହୋଇଛି । ସେପ୍ଟେମ୍ବର ୯ ରୁ ୨୮ତାରିଖ ପର୍ଯ୍ୟନ୍ତ ଖେଳାଯିବ ଏସିଆ କପ୍ ୨୦୨୫ । ସେପ୍ଟେମ୍ବର ୨୮ରେ ଫାଇନାଲ ଖେଳାଯିବ । ଭାରତ ଏସିଆ କପ ଆୟୋଜନ କରୁଛି । କିନ୍ତୁ ଭାରତ ବଦଳରେ ଏସିଆ କପ ୨୦୨୫ ଟି-୨୦ ଫର୍ମାଟରେ ୟୁଏଇରେ ଖେଳାଯିବ । ସୂଚନା ଅନୁଯାୟୀ, ଭାରତ ଏବଂ ପାକିସ୍ତାନକୁ ଗୋଟିଏ ଗ୍ରୁପରେ ରଖାଯାଇଛି । ଗ୍ରୁପ ଏ’ ରେ ଭାରତ, ପାକିସ୍ତାନ, ୟୁଏଇ ଏବଂ ଓମାନ ଅଛନ୍ତି । ଭାରତର ପ୍ରଥମ ମ୍ୟାଚ୍ ୧୦ ସେପ୍ଟେମ୍ବରରେ ୟୁଏଇ ବିପକ୍ଷରେ ହେବାକୁ ଥିବାବେଳେ ଦ୍ୱିତୀୟ ମ୍ୟାଚ୍ ୧୪ ସେପ୍ଟେମ୍ବରରେ ପାକିସ୍ତାନ ବିପକ୍ଷରେ ହେବ । Post navigation ସେପ୍ଟେମ୍ବରରେ ଖେଳାଯିବ ଓଡ଼ିଶା ପ୍ରୋ ଟି-୨୦ ଲିଗ୍