୨୦୦୪ ପରଠାରୁ ରାହୁଲ ଗାନ୍ଧୀଙ୍କର ଶୁଭାରମ୍ଭ ବା ଲଞ୍ଚିଂ ପାଇଁ କଂଗ୍ରେସ କେତେଥର ଯେ ଉଦ୍ୟମ କଲାଣି ଏଥିରେ ସନ୍ଦେହ ନାହିଁ । ୨୦୧୪ରେ ମନମୋହନ ସିଂଙ୍କ ଜାଗାରେ ତାଙ୍କୁ ଦଳର ପିଏମ୍ ଚେହେରା ଭାବେ ଆଗକୁ ଆଣିବା ଲାଗି ଚେଷ୍ଟା ହେଲା। ଏବେ ମଧ୍ୟ ଚେଷ୍ଟା ଜାରି ରହିଛି। ସମ୍ଭାବନା ଯାତ୍ରା, ନ୍ୟାୟ ଯାତ୍ରା, ଭାରତ ଯୋଡ଼ ଯାତ୍ରା ଏବଂ ଏବେ ସମ୍ବିଧାନ ସୁରକ୍ଷା ଅଭିଯାନ ଭିତରେ ରାହୁଳଙ୍କର ଶୁଭାରମ୍ଭ ପାଇଁ ଚେଷ୍ଟା ଚାଲିଛି। କିନ୍ତୁ ୯୦ଟି ନିର୍ବାଚନ ତାଙ୍କ ନେତୃତ୍ବରେ ହାରିଯାଇ ସାରିଲାଣି କଂଗ୍ରେସ । ଏବେ ସେହି ଢାଞ୍ଚାରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ପୁନଃ ରାଜନୀତିର କେନ୍ଦ୍ରବିନ୍ଦୁକୁ ଆଣିବା ପାଇଁ ଗୋଟିଏ ପରେ ଗୋଟିଏ ରୂପରେ ତାଙ୍କୁ ପେଶ୍ କରୁଛି ବିଜଦ । କିନ୍ତୁ ସଫଳ ହେବାର କୌଣସି ସଂକେତ ମିଳୁନାହିଁ । ବୁଧବାର ଦିନ ପାଣ୍ଡିଆନଙ୍କ ରି-ଲଞ୍ଚିଂ ପାଇଁ ବିଳଦ ଲୋକସେବା ଭବନ ଘେରାଉ କଲା । କିନ୍ତୁ ଘେରାଇ କାର୍ଯ୍ୟକ୍ରମରେ ଦଳର ନେତାମାନଙ୍କର ଚେହେରା ଦେଖିଲେ ଜଣାପଡ଼ିଲା ଯେ ପ୍ରାଣ ହରାଇଥିବା ବାଲେଶ୍ବର ଛାତ୍ରୀ ସୌମ୍ୟାଙ୍କ ପାଇଁ ଦୁଃଖ ଓ ସମବେଦନା ନାହିଁ । ବରଂ ପାଣ୍ଡିଆନଙ୍କ ପତିଆରା ଦେଖାଇବା ଲାଗି ଏହା ଥିଲା ଉଦ୍ୟମ । ବୁଧବାର ଦିନ ପାଣ୍ଡିଆନଙ୍କୁ ମାର୍ଗଦର୍ଶନର ପୃଷ୍ଠପୋଷକ ଭୂମିକାରେ ଦେଖିବାକୁ ମିଳିଲା। ପୁଲିସ ସହିତ ଧସ୍ତାଧସ୍ତି ପରେ କିଛି ବିଜଦ ନେତା ଆହତ ହେଲେ । ସେମାନଙ୍କୁ ଉତ୍କଳ ଓ ଆପୋଲୋ ହସ୍ପିଟାଲରେ ରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ପ୍ରଚାର ହେଲା ଯେ ପୁଲିସ ରବର ବୁଲେଟ୍ ଫାୟାର କରିଛି । ଏକଥା ଖୋଦ ବିଜଦ ସଭାପତି ନବୀନ ପଟ୍ଟନାୟକ କହିଲେ। ତାଙ୍କୁ ଏଭଳି ମିଥ୍ୟା ବୁଦ୍ଧି କେବଳ ଜଣେ ଲୋକ ହିଁ ଦେଇପାରିବେ । ଆଉ କାହାର ପହଞ୍ଚ ତାଙ୍କ ପାଖରେ ନାହିଁ । ନବୀନ ମିଛୁଆ ସାବ୍ୟସ୍ତ ହେଲେ । ପୂର୍ବରୁ କହିଥିଲେ ଯେ ପାଣ୍ଡିଆନ ବହୁ ଦିନରୁ ରାଜନୀତି ଛାଡ଼ି ଦେଇସାରିଲେଣି। ତେଣୁ ବିଜଦ ସହ ତାଙ୍କର କିଛି ନେଣଦେଣ ନାହିଁ । ମାତ୍ର ବୁଧବାର ଦିନ ପାଣ୍ଡିଆନ ଏବଂ ତାଙ୍କ ପତ୍ନୀ ସୁଜାତା ବିଜଦ ନେତାଙ୍କୁ ଭେଟିବା ପାଇଁ ହସ୍ପିଟାଲ ଗଲେ। ଅର୍ଥାତ ସେ ବିଜଦରେ ଥିଲେ ଏବଂ ଅଛନ୍ତି ବୋଲି ଜଣାଇ ଦେଲେ। ଆଗକୁ ଆସିବାର ଏହା ହେଉଛି ତାଙ୍କର ସାନି ଉପକ୍ରମ। ଯେତେବେଳେ ନବୀନ ବାବୁ କ୍ଷମତାରେ ଥିଲେ, ସେତେବେଳେ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଉତ୍ତରାକାରୀ ସଜାଇବା ପାଇଁ ବିକାଶ ପୁରୁଷ ଭାବେ ଲୋକଙ୍କ ଆଗରେ ଉପସ୍ଥାପନ କରାଯାଇଥିଲା । ସୋସିଆଲ ମିଡିଆ ଏବଂ ବିଜଦ ନେତାଙ୍କ ବକ୍ତବ୍ୟ ଏହା ପ୍ରମାଣିତ କରୁଥିଲା । ବିକାଶ ପୁରୁଷ ବିଜଦ ପାଇଁ ବିନାଶ ପୁରୁଷ ହୋଇଗଲେ । ନୂଆ ନେତୃତ୍ବ ସୃଷ୍ଟି କରିବାର ନଦୀନଙ୍କ ଶୁଭାରମ୍ଭ ଫେଲ୍ ମାରିଲା। ଏହାପରେ ଆଉ ଏକ ରୂପ ଆସିଲା ସାମ୍ନାକୁ । ସନ୍ୟାସୀ ପାଣ୍ଡିଆନ । କାହା ସହିତ ମିଶିବାର ନାହିଁ । ପ୍ରତ୍ଯକ୍ଷ ଭାବେ ଦଳ କାର୍ଯ୍ୟରେ ମୁଣ୍ଡ ପୁରାଇବାର ନାହିଁ । ବରିଷ୍ଠମାନେ ନବୀନ ନିବାସ ଆସିଲେ ସେମାନଙ୍କ ସାମ୍ନାକୁ ଆସିବାର ନାହିଁ । ସାଧନାରତ ସନ୍ୟାସୀ ପଣ୍ଡିଆନ । ଏଭଳି ରୂପ ଦେଖାଇ ସମବେଦନା ସାଉଁଟି ସାଉଁଟି ବାର ଉଦ୍ୟମ ମଧ୍ଯ ଫସର ଫାଟିଲା। Post navigation ସେଇ କଲ୍ୟାଣ ରଥ ଏଇ କଲ୍ୟାଣ ରଥ କି ? ଆସୁଛି ଆଉ ଏକ ଲଘୁଚାପ; ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା