ମୁମ୍ବାଇର କୋକିଳାବେନ ଧୀରୁବାଇ ଅମ୍ବାନୀ ହସପିଟାଲରେ ସର୍ଭାଇକାଲ ଆର୍ଥ୍ରାଇଟିସର ସଫଳ ଅପରେସନ ପରେ ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି । ଆଜି ସେ ହସ୍ପିଟାଲରୁ ଡିସଚାର୍ଜ ହେବା ସୂଚନା ମିଳିଛି । ହସ୍ପିଟାଲର ସ୍ପାଇନ ସ୍ପେସିଆଲିଷ୍ଟ ବିଶେଷଜ୍ଞ ଡାକ୍ତର ରାଜଶେଖର ନବୀନଙ୍କ ଅସ୍ତ୍ରୋପଚାର କରିଥିଲେ । ଦୀର୍ଘ ଦିନ ହେବ ସର୍ଭିକାଲ ଆଥ୍ରାଇଟିସରେ ପୀଡିତ ଥିଲେ ନବୀନ ପଟ୍ଟନାୟକ । ହସପିଟାଲରୁ ଡିସଚାର୍ଜ ହେବା ପରେ ନବୀନଙ୍କୁ ନିୟମିତ ଫିଜିଓଥେରାପି କରିବାକୁ ପଡ଼ିବ ବୋଲି ଡାକ୍ତର ରମାକାନ୍ତ ପଣ୍ଡା କହିଛନ୍ତି । Post navigation ମାଲିରେ ଓଡ଼ିଆ ଯୁବକଙ୍କୁ ଅପହରଣ ଘଟଣା: ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ତେଜିଲା ବାଲେଶ୍ୱରକୁ ମହାନଗର ନିଗମ କରିବା ଦାବି