odisha-cm-reviews-ratha-jatra-arrangements-in-puri
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଗସ୍ତ କରି ସୁରକ୍ଷା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି ।
 
ମହାପ୍ରଭୁଙ୍କ ରଥଯାତ୍ରାର ଅବଶିଷ୍ଟ କାର୍ଯ୍ୟକ୍ରମ – ବାହୁଡ଼ା, ସୁନାବେଶ ଓ ନିଳାଦ୍ରୀବିଜେ ଭଳି ତିନିଟି ବଡ଼ ପର୍ବ ଗୁଡ଼ିକର ଆୟୋଜନକୁ ସୁବ୍ୟବସ୍ଥିତ କରିବା, ଭକ୍ତମାନଙ୍କ ଦର୍ଶନ ପାଇଁ ସୁବ୍ୟବସ୍ଥା କରିବା, ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ଼ କରିବା ତଥା ଶୃଙ୍ଖଳାର ସହ ସମସ୍ତ କାର୍ଯ୍ୟ ଶେଷ କରିବା ବିଷୟରେ ଆଲୋଚନା ହୋଇଛି ।
 
ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ହୋଇଥିବା ଅଘଟଣ ବିଷୟରେ ଏହି ବୈଠକରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ କିପରି ତ୍ରୁଟି ନ ହେବ ତାହାକୁ ଗୁରୁତ୍ୱ ଦିଆଯାଇଥିଲା । ଅଭିଜ୍ଞତା ଥିବା ଅଧିକାରୀଙ୍କୁ ରଥଯାତ୍ରା ପରିଚାଳନା ଦାୟିତ୍ୱ ଦିଆଯାଇଛି ।
 
ବୈଠକରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସମେତ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ, ଅଗ୍ନିଶମ ଡିଜି, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତାଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
 

By Nirvay

Leave a Reply

Your email address will not be published. Required fields are marked *