ମାଆ ହେବ ବାଘୁଣୀ ଜିନତ୍ । ଆସନ୍ତା ସେପ୍ଟେମ୍ବରରେ ମାଆ ହେବ ମହାରାଷ୍ଟ୍ରର ତଡ଼ଭା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ଆସିଥିବା ୩ ବର୍ଷିୟା ବାଘୁଣୀ ଜିନତ୍ । ବାଘୁଣୀ ଜିନତ୍ ଶିମିଳିପାଳ ଅଭୟାରଣ୍ୟର ଜଣାଶୁଣା ମହାବଳ ‘ଟି-୧୨’ ସହ ସହବାସରୁ ଗର୍ଭବତୀ ହୋଇଥିବା ସୂଚନା ଦେଇଛନ୍ତି ବନ ବିଭାଗ । ଜିନତ୍ ଏବେ ଶିମିଳିପାଳ ଜଙ୍ଗଲରେ ରହିଛି । ସୂଚନା ମୁତାବକ, ସୁଦୂର ମହାରାଷ୍ଟ୍ରରୁ ଆସିଥିବା ଜିନତକୁ ଜାନୁଆରୀ ପହିଲାରୁ ଯମୁନାଗଡ଼ସ୍ଥିତ ‘ସ୍ୱତନ୍ତ୍ର ଏନକ୍ଲୋଜର’ରେ ଛଡ଼ାଯାଇଥିଲା। ଦେଢ଼ ମାସେ ତଳେ ବାଘୁଣୀକୁ ଏନ୍କ୍ଲୋଜରରୁ ଜଙ୍ଗଲକୁ ଛଡ଼ାଯାଇଥିଲା। ଜିନତ ସହ ସହବାସ କରିଥିବା ବାଘ ଟି-୧୨’ ହେଉଛି ମେଲାନିଷ୍ଟିକ୍ ପ୍ରଜାତିର ମହାବଳ। Post navigation ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୧୪ ଜିଲ୍ଲାର ଓଏଏସ ଓ ଓଆରଏସ ଅଫିସର ଜୁଲାଇ ୧୧ ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ୍ଗେ