ଗଞ୍ଜାମ ଆସିଷ୍ଟାଣ୍ଟ କଲେକ୍ଟର ବିଞ୍ଜେଶ ରଞ୍ଜନ ନାୟକ ନିଲମ୍ବିତ । ଜଟଣୀ ସବରେଜିଷ୍ଟର ଥିବା ବେଳେ ଦୁର୍ନୀତି କରିଥିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କଲେ ରାଜସ୍ୱ ବିଭାଗ । ସଵ ରେଜିଷ୍ଟର ଥିବା ବେଳେ ବେଆଇନ ଭାବେ ହୋମ ଭିଜିଟ କରି କରିଥିଲେ ଜମି ରେଜିଷ୍ଟ୍ରେସନ । ସୂଚନା ଅନୁଯାୟୀ ଜଟଣୀ ସବ ରେଜିଷ୍ଟର ଥିବା ବେଳେ ବେଆଇନ ଭାବେ ହୋମ ଭିଜିଟ କରି ଜମି ରେଜିଷ୍ଟ୍ରେସନ କରିଥିଲେ । ମାର୍ଚ୍ଚ ୨୦୨୩ରୁ ମେ ୨୦୨୫ ଭିତରେ ଜଟଣୀ ସବରେଜିଷ୍ଟର ଥିବା ବେଳେ ୩୨୨ ଥର ହୋମ ଭିଜିଟ୍ କରି ଜମି ରେଜିଷ୍ଟ୍ରେସନ କରିଥିବା ଅଭିଯୋଗ ଆସିବା ପରେ ଏମିତିକି ବିନା ଅନୁମତିରେ ମଧ୍ୟ ଜିଲ୍ଲା ବାହାରକୁ ଯାଇ ରେଜିଷ୍ଟ୍ରେସନ କରିବାକୁ ନେଇ ତଦନ୍ତ ହୋଇଥିଲା । ଏହାପରେ ଘଟଣାର ସତ୍ଯାସତ୍ଯ ବର୍ତ୍ତମାନ ରାଜସ୍ବ ବିଭାଗ ନଜରରେ ଆସିବା ପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। Post navigation ଲୋକଙ୍କୁ ଦୁର୍ବ୍ୟବହାର କରିବା ପଡ଼ିଲା ମହଙ୍ଗା; ଘସିପୁରା ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ୍ ଆସିଆଇସିଆଇ, ଆକ୍ସିସ୍ ଓ ଏଚ୍ଡିଏଫ୍ସି ବ୍ୟାଙ୍କ ସହିତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ