ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ । କେନ୍ଦୁଝର ଘସିପୁରା ତହସିଲଦାର ଅଭୟ କୁମାର ସ୍ୱାଇଁଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ସାଧାରଣ ଜନତାଙ୍କୁ ଦୁର୍ବ୍ୟବହାର ଅଭିଯୋଗ ପରେ ରାଜସ୍ୱ ବିଭାଗ ପକ୍ଷରୁ ସମ୍ପୃକ୍ତ ତହସିଲଦାରଙ୍କୁ ଜବାବ ତଲବ କରାଯାଇଛି । ଲୋକଙ୍କୁ ବାହାରେ ଚପଲ ରଖିବାକୁ ନୋଟିସ କରିବା ସହ ଲୋକଙ୍କୁ ବସିବାକୁ ଚୌକି ଦେଉନଥିଲେ ତହସିଲଦାର ।

ସୂଚନା ଯୋଗ୍ୟ; ଘସିପୁରା ତହସିଲଦାର ଅଭୟ କୁମାର ସ୍ୱାଇଁ ଲୋକଙ୍କୁ ବାହାରେ ଚପଲ ରଖି ତହସିଲଦାରଙ୍କ ଚାମ୍ବରକୁ ନ ଆସିବାକୁ ନୋଟିସ୍ ଲଗାଇଥିଲେ । ଏହା ସହିତ ଲୋକଙ୍କୁ ବସିବାକୁ ଚୌକି ଦେଉନଥିଲେ ଏବଂ ଖରାପ ବ୍ୟବହାର କରୁଥିଲେ  । ଯାହା ଫଳରେ ସାଧାରଣ ଗରିବ ଲୋକ ଏବଂ ଦିବ୍ୟାଙ୍ଗ ଲୋକ ଅସୁବିଧାର ସମ୍ମୁଖୀନ ହେଉଥିଲେ ଯାହାକୁ ନେଇ ଅଭିଯୋଗ ହୋଇଥିଲା ।

କିନ୍ତୁ ତହସିଲଦାର ଅଭୟ ସ୍ୱାଇଁ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ । ତହସିଲ କାର୍ଯ୍ୟାଳୟରେ ଠାକୁର ଥିବାରୁ ଯୋତା ଚପଲ ବାରଣ କରାଯାଇଛି ବୋଲି ସେ ସଫେଇ ଦେଇଥିଲେ । ଗଣମାଧ୍ୟମରେ ଏ ସମ୍ପର୍କିତ ଖବର ପ୍ରକାଶ ପାଇବାପରେ ରାଜସ୍ଵ ବିଭାଗ ତହସିଲଦାରଙ୍କୁ ୧୫ ଦିନ ଭିତରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *