ପଞ୍ଚଭୂତରେ ଲୀନ ହେଲେ ବିଜୟ ରୁପାଣୀ, ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ସମ୍ପନ୍ନ । ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗୃହମନ୍ତ୍ରୀ ଅମିତ ଶାହ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହୋଇ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ବିଜୟ ରୁପାଣୀ ମୃତ୍ୟୁ ଖବର ପୂରା ରାଜନୈତିକ ପରିବେଶକୁ ଶୋକାକୁଳ କରିଛି । ଡିଏନଏ ନମୁନା ପରୀକ୍ଷା ମାଧ୍ୟମରେ ତାଙ୍କ ମୃତଦେହକୁ ଚିହ୍ନଟ କରାଯାଇଛି । Post navigation ସାଇପ୍ରସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ସର୍ବୋଚ୍ଚ ସମ୍ମାନ ସାନ୍ ଫ୍ରାନ୍ସିସ୍କୋରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ