ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ଆତଙ୍କ । ଝାଡ଼ାବାନ୍ତିରେ ୨୦୦ରୁ ଅଧିକ ଆକ୍ରାନ୍ତ ହୋଇଥିବାବେଳେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବିଶେଷକରି ଯାଜପୁର ଜିଲ୍ଲାର ବ୍ୟାସନଗର ପୌରାଞ୍ଚଳ, ଦାନଗଦୀ, ଧର୍ମଶାଳା, ରସୁଲପୁର ଓ କୋରେଇ ବ୍ଲକର ବିଭିନ୍ନ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଛି । ଦାନଗଦୀ ଓ ବ୍ୟାସନଗର ଅଞ୍ଚଳର ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ବିଭିନ୍ନ ଡାକ୍ତରଖାନାରେ ୨୦୦ରୁ ଅଧିକ ଲୋକ ଆକ୍ରାନ୍ତ ହେଉଥିବା ସୂଚନା ମିଳିଛି। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦୦ରୁ ଊର୍ଦ୍ଧ୍ବ ଚିକିତ୍ସାଧୀନ ଅଛନ୍ତି।

ଏହାରି ମଧ୍ୟରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ। । ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହି ରୋଗୀଙ୍କ ସ୍ବାସ୍ଥ୍ୟ ବିଷୟରେ ଅନୁଧ୍ୟାନ କରୁଛନ୍ତି । ଖବର ପାଇ କୋରେଇ ବିଧାୟକ ଆକାଶ ଦାସନାୟକ, ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ଯାଜପୁର ରୋଡ୍ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଅନ୍ୟପଟେ କେଉଁ କାରଣରୁ ଏତେ ସଂଖ୍ୟକ ଲୋକ ଆକ୍ରାନ୍ତ ହେଲେ ସ୍ପଷ୍ଟ ହୋଇ ନାହିଁ । ତେବେ ଅଚାନକ ପାଣିପାଗର ପରିବର୍ତ୍ତନ ଝାଡ଼ାବାନ୍ତିର କାରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *