ରାଜ୍ୟରେ ୧୩ ବିଶ୍ୱବିଦ୍ୟାଳୟରେ କୁଳପତି ପଦ ପାଇଁ ଦରଖାସ୍ତ ଆହ୍ୱାନ ହୋଇଛି । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେ କୌଣସି ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବେ ୧୦ ବର୍ଷର ଅଭିଜ୍ଞତା ଥିବ କିମ୍ବା ସମକକ୍ଷ ପଦବୀରେ ୧୦ ବର୍ଷର କାର୍ଯ୍ୟ କରିବା ଅଭିଜ୍ଞତା ଥିବା ବ୍ୟକ୍ତିବିଶେଷ କୁଳପତି ପଦ ପାଇଁ ଆବେଦନ କରିପାରିବେ । ଆବେଦନ ପାଇଁ ଶେଷ ତାରିଖ ଜୁଲାଇ ୫ ଥିବାବେଳେ କୁଳପତି ପଦ ପାଇଁ ୨୦୨୫ ଡିସେମ୍ବର ୧ ସୁଦ୍ଧା ବୟସ ୬୬ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ ବୋଲି ବିଜ୍ଞପ୍ତିରେ ସୂଚନା ରହିଛି । Post navigation ଢେଙ୍କାନାଳରେ ପ୍ରାୟ ୫୦ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଶିକ୍ଷକଙ୍କ ବଦଳି କ୍ଷମତା ପ୍ରତ୍ୟାହାର ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣେଶ୍ବର ବେହେରା