ଲାଞ୍ଚ ନେଇ ଧରା ପଡିଲେ ବ୍ରହ୍ମପୁରର ମହିଳା ଥାନା ଏଏସଆଇ ବବିତା ସୁନା। ଏକ ମାମଲାର ରଫାଦଫା ପାଇଁ ୧୦ହଜାର ତାଙ୍କ ଲାଞ୍ଚ ନେଉଥିବା ସମୟରେ ଧରିଥିଲା ଭିଜିଲାନ୍ସ। ବବିତା ସୁନାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ନିଜ ହେପାଜତକୁ ନେଇ ପଚରାଉଚରା କରି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ । କେସ୍‌ ନମ୍ବର ୭/୨୫ରେ ତାଙ୍କୁ ଗିରଫ କରାଯାଇଛି। ଏହା ପରେ ଟିମ୍ ମହିଳା ଥାନାରୁ ପୋଲିସ ଅଧିକାରୀ ବବିତା ସୁନାଙ୍କ ସମସ୍ତ କାଗଜପତ୍ର ଜବତ କରିଛି ।

ସୂଚନା ଅନୁସାରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ବିରୋଧରେ ମହିଳା ଥାନାରେ ଯୌତୁକ ନିର୍ଯାତନା ତଥା ଘରୋଇ ହିଂସା ମାମଲା ଦାଏର କରିଥିଲେ। ଯାହାର ତଦନ୍ତକାରୀ ଅଧିକାରୀ ହେଉଛନ୍ତି ଏଏସ୍‌ଆଇ ବବିତା। ଏହି ମାମଲା ରଫାଦଫା ପାଇଁ ଉକ୍ତ ପୋଲିସ ଏଏସ୍ଆଇ ଜଣଙ୍କ ଟଙ୍କା ଲାଞ୍ଚ ମାଗିଥିଲେ । ଫଳରେ ବାଧ୍ୟ ହୋଇ ସମ୍ପୃକ୍ତି ବ୍ୟକ୍ତି ଜଣଙ୍କ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ମୁତାବକ ଏଏସ୍‌ଆଇଙ୍କୁ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲେ ।

Leave a Reply

Your email address will not be published. Required fields are marked *