ଶ୍ବାସରୁଦ୍ଧ ହୋଇ ୪ ଶ୍ରମିକଙ୍କ ମୃତ । ଏହି ଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପଡ଼ଲଗୁଡ଼ା ଗାଁରେ । ପାଇଖାନା ଟାଙ୍କି ସଫା ବେଳେ ଶ୍ବାସରୁଦ୍ଧ ହୋଇ ଚାଲିଗଲା ୪ଜଣଙ୍କ ଜୀବନ । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଯୋଗ୍ୟ; ନବରଙ୍ଗପୁର ଜିଲ୍ଲା ପଡ଼ାଲଗୁଡ଼ା ଗାଁରେ ପାଇଖାନା ଟାଙ୍କି ସଫା କରିଥିବା ସମୟରେ ହଠାତ୍ ଶ୍ୱାସରୁଦ୍ଧ ହୋଇ ୪ ଜଣ ଶ୍ରମିକ ଗୁରୁତର ହୋଇଥିଲେ । ଏହାପରେ ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତିନି ଜଣଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଜଣେ ଗୁରୁତରଙ୍କ ହୋଇପଡ଼ିଥିଲା। ପରବର୍ତ୍ତୀ ସମୟରେ ଗୁରୁତର ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । Post navigation ଭୁବନେଶ୍ବରରେ କୃତ୍ରିମ ଜଳବନ୍ଦୀ ସମସ୍ୟାର ସମୀକ୍ଷା କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପୁରୀରୁ ଦେଶର ପ୍ରମୁଖ ଧାର୍ମିକ ସ୍ଥଳକୁ ଗଡିବ ଓଏସ୍ଆରଟିସି ସୁପର ପ୍ରିମିୟମ ଭଲଭୋ ବସ୍