ଭୁବନେଶ୍ୱରରେ ବର୍ଷାଦିନେ ଉପୁଜୁଥିବା କୃତ୍ରିମ ଜଳବନ୍ଦୀ  ସମସ୍ୟାର ସମୀକ୍ଷା କଲେ ମନ୍ତ୍ରୀ । ବର୍ଷାରେ ପାଣି ଜମୁଥିବା ସ୍ଥାନଗୁଡ଼ିକୁ ଯାଇ ସମୀକ୍ଷା କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର । ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କ ସହ ସମାଧାନ ନେଇ ଆଲୋଚନା କରିଥିବା ଜଣାପଡିଛି । ଇସ୍କନ ମନ୍ଦିର ସମ୍ମୁଖ, ବମିଖାଲ, ଭୋଇନଗରରେ ସମୀକ୍ଷା କରିଛନ୍ତି ମନ୍ତ୍ରୀ ।

ଅସରାଏ ବର୍ଷାରେ ଜଳବନ୍ଦୀ ହୋଇଯାଉଛି ସ୍ମାର୍ଟସିଟି । ଅପନ୍ତରା ଅଞ୍ଚଳ ପରି ରାଜଧାନୀ ରାଜରାସ୍ତାରେ ପାଣିର ସୁଅ ଛୁଟୁଛି । ଭୁବନେଶ୍ବର-କଟକରେ ଉପୁଜୁଥିବା କୃତ୍ରିମ ଜଳବନ୍ଦି ସମସ୍ୟାର ସମାଧାନ ଦିଗରେ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର। ଡ୍ରେନ ଗୁଡ଼ିକର ସଫେଇ କାର୍ଯ୍ୟ ଜୁନ ୨୦ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ  ।

ଭୁବନେଶ୍ୱରରେ ଇସ୍କନ, କଟକ-ରୋଡ଼, ଅହଲ୍ୟା ନଗର, ସମ ହସ୍‍ପିଟାଲ ପାଖ ଆୟୁର୍ବେଦିକ କଲେଜ ଭଳି କେତେକ ପ୍ରମୁଖ ସ୍ଥାନରେ ବର୍ଷାଦିନେ ଜଳ ନିଷ୍କାସନର ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି । ଏ ସବୁ ଜାଗା ଗୁଡ଼ିକରେ ସ୍ଥାୟୀ ସମାଧାନ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଇସ୍କନ ନିକଟରେ ଜଳମଗ୍ନ ହୋଇ ଯାତାୟତରେ ବାଧା ସୃଷ୍ଟି କରୁଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *