ରାଜ୍ୟରେ ତାପମାତ୍ରା ବୃଦ୍ଧି ସହ ବଢିଛି ଗୁଳୁଗୁଳି । ସକାଳ ୧୧.୩୦ ସୁଦ୍ଧା ରାଜଧାନୀରେ ୩୭ ଡ଼ିଗ୍ରୀ ଛୁଇଁଲା ତାପମାତ୍ରା । ୫୫.୪ ପ୍ରତିଶତ ଆର୍ଦ୍ରତା ଯୋଗୁଁ ରାଜଧାନୀରେ ଗୁଳୁଗୁଳି ଅନୁଭୂତ ହୋଇଛି । ଆଜି ଭୁବନେଶ୍ୱରର ତାପମାତ୍ରା ୩୭.୪ ରେକର୍ଡ ହୋଇଛି । ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେବାରୁ ତାତି ଏବେ ଉପରମୁହାଁ ହୋଇଛି । ଏହା ଆଗାମୀ ୫ ଦିନ ଯାଏଁ ଜାରି ରହିବ । ଆଗାମୀ ୫ ଦିନ ଗରମ ଓ ଗୁଳୁଗୁଳି ରାଜ୍ୟବାସୀଙ୍କୁ ନିସ୍ତାର ନାହିଁ। ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ଅନ୍ୟପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଉତ୍ତର ସୀମା ମୁମ୍ବାଇ, ଭବାନୀପାଟଣା, ପୁରୀ, ସ୍ୟାଣ୍ଡହେଡ୍ ଦ୍ବୀପ ଦେଇ ଗତି କରୁଛି । ଫଳରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଏବଂ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। Post navigation +୩ ନାମଲେଖା ପାଇଁ ଫର୍ମ ଦାଖଲ ଅବଧି ବୃଦ୍ଧି ୪ ଟନ୍ ବିସ୍ଫୋରକ ଲୁଟ୍ ଘଟଣା; ଜବତ ହେଲା ଅଢ଼େଇ ଟନ୍ର ବିସ୍ଫୋରକ