ଜମ୍ମୁ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଉପତ୍ୟକାରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀର ଅଭିଯାନ ତୀବ୍ର ହୋଇଛି। ଶୋପିଆନରୁ ଆତଙ୍କବାଦୀଙ୍କ ଦୁଇ ସହଯୋଗୀଙ୍କୁ ଗିରଫ କରିଛନ୍ତି ସୁରକ୍ଷା ବାହିନୀ । ଭାରତୀୟ ସେନାର 34RR SOG ଶୋପିଆନ୍, CRPF 178 ବାଟାଲିୟନ ଏକ ମିଳିତ ଅପରେସନ୍ କରି ଶୋପିଆନ୍ର ଡିକେ ପୋରା ଅଞ୍ଚଳରୁ ଦୁଇ ଜଣ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରାଯାଇଛି। ସେମାନଙ୍କଠୁ ୨ ଟି ପିସ୍ତଲ, ୪ ଟି ଗ୍ରେନେଡ୍ , ୪୩ ଅଫୁଟା ଗୁଳି ଜବତ ହୋଇଛି। Post navigation ସର୍ବଦଳୀୟ ପ୍ରତିନିଧି ଦଳରେ ସାମିଲ ହେବେ ନାହିଁ ୟୁସୁଫ୍ ପଠାନ ପୋଲାଭରମ ବିବାଦ: ୨୮ରେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ