ଗନ୍ଧମାର୍ଦ୍ଦନ ଲୋଡିଂ ମାମଲାରେ ଗିରଫ ବିଜେଡ଼ି ନେତା ରାଜା ଚକ୍ରଙ୍କୁ ହାଇକୋର୍ଟରୁ ମିଳିଲା ଶକ୍ତ ଝଟକା । ରାଜାଙ୍କ ଜାମିନ ଆବେଦନକୁ ନାମଞ୍ଜୁର କରିଛନ୍ତି ହାଇକୋର୍ଟ । ଏହା ସହିତ ରାଜାଙ୍କ ୩ ସହଯୋଗୀ ମାନସ ବାରିକ, ଉତ୍କଳ ଦାସ ଓ ସୁଶାନ୍ତ ସାମଲଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ ବାଜ୍ୟାପ୍ତି ହେବ ବିଜେଡି ନେତା ରାଜା ଚକ୍ରର ଅଲିସାନ ଫାର୍ମହାଉସ୍ । ଫାର୍ମହାଉସ୍ ସିଲ୍ ପରେ ଆରମ୍ଭ ହୋଇଛି ବାଜ୍ୟାପ୍ତି ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ଇଓଡବ୍ଲ୍ୟୁ ଏସପି ଦିଲ୍ଲୀପ ତ୍ରିପାଠୀ ଏହି ଫାର୍ମହାଉସର ୧୧ ଦଶମିକ ୧ ଏକର ଜମିରୁ ମାତ୍ର ସାଢ଼େ ୩ ଏକର ଜମିକୁ ବାଦ ଦେଲେ ବାକି ୭ ଦଶମିକ ୬ ଏକର ସରକାରୀ ଜମିରେ ବିଶାଳ ଫାର୍ମହାଉସ ତିଆରି ହୋଇଥିବା ଇଓଡବ୍ଲ୍ୟୁ ତଦନ୍ତରେ ଜାଣିବାକୁ ପାଇଛି । ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଜମି ମାପଚୁପ ଆରମ୍ଭ କରାଯାଇ ଫାର୍ମହାଉସକୁ ସିଲ୍ କରାଯାଇଛି । ସୂଚନାଯୋଗ୍ୟ, କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ବ୍ୟାପକ ଆର୍ଥିକ ଅନିୟମତତା ହୋଇଥିବା ନେଇ ରଜାଚକ୍ରକୁ ଗିରଫ କରିଥିଲା ଇଓଡବ୍ଲ୍ୟୁ । Post navigation ବଜ୍ରପାତରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ୬ ମୃତ ଶିକ୍ଷାନୁଷ୍ଠାନରେ ପଛୁଆବର୍ଗ ସଂରକ୍ଷଣ ନିଷ୍ପତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲା ଓବିସି ମୋର୍ଚ୍ଚା