ବଜ୍ରପାତ ନେଲା ୬ ଜୀବନ । କୋରାପୁଟ ଜିଲ୍ଲାରେ ୩, ଗଞ୍ଜାମରେ ୨, ଗଜପତିରେ ଜଣଙ୍କ ମୃତ୍ୟୁ ହୋଇଛି। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଓଡ଼ିଆପେଣ୍ଠ ପଂଚାୟତ ପର୍ଡିଗୁଡା ଗାଁରେ ଅଘଟଣ । ବିଲରେ କାମ କରୁଥିବାବେଳେ ବଜ୍ରପାତରେ ୩ଜଣ ମୃତ୍ୟୁ ହୋଇଛି । ମୃତକ ହିଙ୍ଗୁ ମାଣ୍ଡିଙ୍ଗା, ବୁରୁଦି ମାଣ୍ଡିଙ୍ଗା ଓ କଷା ମାଣ୍ଡିଙ୍ଗା ।

ସେହିପରି ଗଜପତିର ମୋହନାରେ ଜଣେ ଓ ଗଞ୍ଜାମ ଜିଲ୍ଲା ଵେଲଗୁଣ୍ଠା ରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସୂଚନା ଯୋଗ୍ୟ; କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଓଡ଼ିଆପେଣ୍ଠ ଗ୍ରାମପଞ୍ଚାୟତର ପରଡିଗୁଡା ଗାଁରେ ଆଜି  ଦିପହରରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ବର୍ଷା ସମୟରେ ବିଲ ପାଖରେ ଥିବା କୁଡ଼ିଆରେ ୫ ଜଣ ଆଶ୍ରୟ ନେଇଥିଲେ। ସେହି ସମୟରେ କୁଡ଼ିଆ ଉପରେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି ।

Leave a Reply

Your email address will not be published. Required fields are marked *