ପାକିସ୍ତାନ ସହ ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ଥଗିତ ନିଷ୍ପତ୍ତି ବଳବତ୍ତର । ସିନ୍ଧୁ ଜଳ ସନ୍ଧି ରଦ୍ଦ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଭାରତ ସରକାରଙ୍କୁ ଅପିଲ୍ କରିବା ପରେ ସୀମାପାର ଆତଙ୍କବାଦ ବନ୍ଦ ନ ହେବା ପର୍ଯ୍ୟନ୍ତ ଚୁକ୍ତି ସ୍ଥଗିତ ରହିବ ବୋଲି ଆଜି ସ୍ପଷ୍ଟ କଲେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ସେ କହିଛନ୍ତି କାଶ୍ମୀର ଉପରେ ଆଲୋଚନା ହେବାକୁ ଥିବା ଏକମାତ୍ର ବିଷୟ POK । ପାକିସ୍ତାନ ଦ୍ବାରା କାଶ୍ମୀରରେ ଅବୈଧ ଅଧିକୃତ ଅଞ୍ଚଳ ଖାଲି କରିବା । କାଶ୍ମୀର ଆଲୋଚନା ପାଇଁ ଦ୍ବାର ଖୋଲା ଅଛି । ସୂଚନା ଯୋଗ୍ୟ; ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ସିନ୍ଧୁ ନଦୀ ଜଳ ଚୁକ୍ତିକୁ ରଦ୍ଦ କରିଦେଇଥିଲା ଭାରତ। ଚୁକ୍ତି ଅନୁସାରେ ଭାରତ ପକ୍ଷରୁ ପାକିସ୍ତାନକୁ ପାଣି ଛଡ଼ାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ଅପରେସନ ‘ସିନ୍ଦୂର’ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ହେବାପରେ ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦ ପ୍ରସଙ୍ଗରେ ପୁନର୍ବିଚାର କରିବା ଲାଗି ପାକିସ୍ତାନ ଭାରତକୁ ଅନୁରୋଧ କରିଥିବାବେଳେ ଏ ନେଇ କୌଣସି ଆଲୋଚନା ହେବ ନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। Post navigation ଅପରେସନ ସିନ୍ଦୂରର ସଫଳତା; ୩ ସେନାକୁ ଶୁଭେଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ ତୁର୍କୀ ସହିତ ଥିବା ଚୁକ୍ତିନାମା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କଲା ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ