ପହଲଗାମ ଆକ୍ରମଣ ପରେ ଭାରତ ଦ୍ୱାରା କରାଯାଇଥିବା ଅପରେସନ ସିନ୍ଦୂରର ସଫଳତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା । ୩ ସେନାକୁ ପ୍ରଶଂସା କଲେ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନକୁ ଉଚିତ ଜବାବ ଦିଆଯାଇଛି। ଉଗ୍ରବାଦୀଙ୍କୁ ନିପାତ ପାଇଁ ଆଡ୍ଡା ନଷ୍ଟ କରାଗଲା ।ସୈନ୍ୟ ଶକ୍ତିର ପରାକ୍ରମ ପୁରା ବିଶ୍ବ ଦେଖିଛି । ଅପରେସନ ସିନ୍ଦୁର ପରେ ସଭିଙ୍କ ମନରେ ଖୁସି ରହିଛି । ଭାରତ ୯ଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା ଏବଂ ପ୍ରାୟ ୧୦୦ ଆତଙ୍କବାଦୀ ନିହତ ହୋଇଥିଲେ। ସେନାକୁ ସମର୍ଥନ କରିବାକୁ ପରାକ୍ରମ ଶୋଭାଯାତ୍ରା ଆୟୋଜିତ କରାଯାଉଛି ।

କେନ୍ଦ୍ରମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଗୋପାଳପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଭାର୍ଗବା ଅସ୍ତ୍ର ନୂଆ ଭାବରେ ନିର୍ମିତ ହୋଇଛି। ଭାରତର ଏୟାର ଡିଫେନ୍ସ ସିଷ୍ଟମ କୁ ଆହୁରି ଆଧୁନିକ କରିବ ଏହି ଭାର୍ଗବା ଅସ୍ତ୍ର । DRDOର ଏ ସଫଳତା ପରେ ଓଡିଶା ଆଜି ଗର୍ବିତ । ସ୍ବାଧୀନତା ପରେ ପ୍ରଥମ ଥର ପାଇଁ ପାକିସ୍ଥାନର ଏତେ ଭିତରେ ମିଶାଇଲ ପଡ଼ିଛି। ଏହା ଗୌରବ ର କଥା।

 

Leave a Reply

Your email address will not be published. Required fields are marked *