ଜମ୍ମୁକାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ।ଏନ୍‌କାଉଣ୍ଟରରେ ୩ ଜୈଶ୍ ଆତଙ୍କବାଦୀ ନିହତ । ଜମ୍ମୁ-କାଶ୍ମୀର ପୋଲିସ ଏବଂ ସୁରକ୍ଷା ବାହିନୀ ମିଳିତରେ ଅବନ୍ତିପୋରାର ତ୍ରାଲ ଅଞ୍ଚଳରେ ତିନି ଜଣ ଆତଙ୍କବାଦୀଙ୍କୁ ଘେରି ରହିଥିଲେ। ଏଥିରେ ୩ ଜୈସ ଆତଙ୍କବାଦୀ ନିହତ ହୋଇଥିବା ନେଇ ଆଜି  ସକାଳେ ଜମ୍ମୁ ଓ କାଶ୍ମୀର ପୋଲିସ ଟ୍ୱିଟରରେ ଏକ ପୋଷ୍ଟ ସେୟାର କରି ଏନକାଉଣ୍ଟର ବିଷୟରେ ସୂଚନା ଦେଇଛି।

ଅପରେସନ ସିନ୍ଦୂର ପରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ଅନେକ ଆତଙ୍କବାଦୀଙ୍କୁ ନିପାତ କରିସାରିଛନ୍ତି। କଶ୍ମୀରର ଅନେକ ଅଞ୍ଚଳରେ ମଧ୍ୟ ସର୍ଚ୍ଚ ଅପରେସନ୍ ଚାଲିଛି।

ଏହା ପୁର୍ବରୁ ୨ ଦିନ ତଳେ ସୁରକ୍ଷା ବାହିନୀ ଏକ ଏନକାଉଣ୍ଟର କରିଥିଲେ। ସେମାନେ ସକାଳେ ଶୋପିଆନରେ ତିନି ଜଣ ଆତଙ୍କବାଦୀଙ୍କୁ ଘେରି ଯାଇଥିଲେ ଏବଂ ପରେ ସେମାନଙ୍କୁ ନିପାତ କରିଥିଲେ। ଏହି ଅପରେସନ୍ ନ୍ୟାସନାଲ୍ ରାଇଫଲ୍ସ ୟୁନିଟ୍ ଦ୍ୱାରା କରାଯାଇଥିଲା। ନିହତ ଆତଙ୍କବାଦୀଙ୍କଠାରୁ ବିପୁଳ ପରିମାଣର ଗୁଳିଗୋଳା ଏବଂ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି। ସେମାନଙ୍କ ପାଖରୁ ବହୁ ଉନ୍ନତ ଅସ୍ତ୍ରଶସ୍ତ୍ର ମିଳିଥିଲା।

Leave a Reply

Your email address will not be published. Required fields are marked *