31 Maoists killed in Chhattisgarh Black Forest Operation
ଛତିଶଗଡ଼-ତେଲେଙ୍ଗାନା ସୀମାନ୍ତ ବିଜାପୁର କରେଗୁଟ୍ଟା ଜଙ୍ଗଲରେ ଯବାନଙ୍କ ଅପରେସନ୍‌ ବ୍ଲାକ୍‌ ଫରେଷ୍ଟ୍ ନେଇ CRPF ଡିଜି ଜ୍ଞାନେନ୍ଦ୍ର ପ୍ରତାପ ସିଂଙ୍କ ସୂଚନା ।
 
ଯବାନଙ୍କ ଏନକାଉଣ୍ଟରରେ ୩୧ ରୁ ଅଧିକ ମାଓବାଦୀ ନିହତ ହୋଇଛନ୍ତି । କାରେଗୁଟ୍ଟା ପାହାଡ଼ର ଜଙ୍ଗଲରେ ସର୍ଚ୍ଚ ଅପରେସନରେ ଯାଉଥିବା ବେଳେ ମାଓବାଦୀଙ୍କ ସହିତ ସୁରକ୍ଷା ବଳଙ୍କ ଗୁଳିବିନିମୟ ହୋଇଥିଲା । ‘ଅପରେସନ୍‌ ବ୍ଲାକ୍‌ ଫରେଷ୍ଟ୍’ ୨୧ ଏପ୍ରିଲରୁ ୧୧ ମେ’ ଯାଏ ଚାଲିଥିଲା ।
CRPF ଡିଜିଙ୍କ ସୂଚନା ଅନୁଯାୟୀ ୩୧ ମାଓବାଦୀଙ୍କ ମୃତଦେହ ମିଳି ଥିବାବେଳେ ୨୮ ଜଣଙ୍କ ପରିଚୟ ମିଳିଛି । ଏବେବି ବିଜାପୁର ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି । ସୂଚନା ଅନୁଯାୟୀ ୧୨୦୦ ବର୍ଗ କିଲୋମିଟର ଅଞ୍ଚଳରେ ଅପରେସନ୍‌ ଚାଲିଥିଲା ।
କୋବ୍ରା, CRPF ଏବଂ ଛତିଶଗଡ଼ ପୋଲିସ ଏହି ଅପରେସନ୍‌ ରେ ସାମିଲ ଥିଲେ । ଏତେ ବଡ଼ ମାଓ ଦମନ ଅପରେସନ୍ ପୂର୍ବରୁ କେବେ ହୋଇନାହିଁ ।
31 Maoists killed in Chhattisgarh Black Forest Operation

By Nirvay

Leave a Reply

Your email address will not be published. Required fields are marked *