ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ହେତୁ ଯୁଦ୍ଧ ଭଳି ସ୍ଥିତି ଉପୁଜିଛି। ଏହାରି ମଧ୍ୟରେ ପାକିସ୍ତାନ ଗୁଳିରେ କାଶ୍ମୀରର ଜଣେ ପ୍ରଶାସନିକ ଅଧିକାରୀଙ୍କ ମୃତ୍ୟୁ । ରଜୌରୀ ବାସଭବନରେ ଥିବା ବେଳେ ପାକିସ୍ତାନ ଆଡ଼ୁ ଗୁଳି ମାଡ଼ । ପାକିସ୍ତାନ ଦ୍ୱାରା ହୋଇଥିବା ଗୁଳିମାଡ଼ରେ ରଜୌରୀର ଅତିରିକ୍ତ ଜିଲ୍ଲା ବିକାଶ କମିଶନର (ଏଡିଡିସି) ରାଜ କୁମାର ଥାପ୍ପାଙ୍କ ମୃତ୍ୟୁ ଘଟିଛି। ତେବେ ଜମ୍ମୁ ଏବଂ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ କହିଛନ୍ତି ରାଜ୍ୟର ପ୍ରଶାସନିକ ସେବା ଜଣେ ଉତ୍ସର୍ଗୀକୃତ ଅଧିକାରୀଙ୍କୁ ହରାଇଛି। ଗତକାଲି ସେ ଜିଲ୍ଲା ପରିକ୍ରମା କରି ଉପ-ମୁଖ୍ୟମନ୍ତ୍ରୀଙ୍କ ସହିତ ଥିଲେ ଏବଂ ମୋ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅନଲାଇନ୍ ବୈଠକରେ ଯୋଗ ଦେଇଥିଲେ। ଆଜି ତାଙ୍କ ବାସଭବନରେ ପାକିସ୍ତାନ ପକ୍ଷରୁ ଗୁଳିବର୍ଷା ହୋଇଥିଲା, ଯେଉଁଥିରେ ଅତିରିକ୍ତ ଜିଲା ବିକାଶ କମିଶନର ରାଜ କୁମାର ଥାପ୍ପା ଶହୀଦ ହୋଇଥିଲେ। ଏହି ଦୁଃଖଦ କ୍ଷତି ପାଇଁ ମୋ ପାଖରେ ଶୋକ କରିବା ପାଇଁ କୌଣସି ଶବ୍ଦ ନାହିଁ। Post navigation ଭାରତ ଓ ପାକିସ୍ତାନ ଉତ୍ତେଜନା; ସବୁ ଜିଲ୍ଲାପାଳ, ଆରଡିସି ଓ ଆଇପିଏସ ଅଫିସରଙ୍କ ଛୁଟି ବାତିଲ କଲେ ଓଡ଼ିଶା ସରକାର ଭାରତର ବଡ଼ କ୍ଷତି ହୋଇଥିବା ନେଇ ପାକିସ୍ତାନ ବହୁ ମିଛ ଓ ଗୁଜବ ପ୍ରସାରିତ କରିଛି: କର୍ଣ୍ଣେଲ ସୋଫିଆ କୁରେଶୀ