ଆସନ୍ତା ଜୁନ୍ ମାସରୁ ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ବିମାନ ଉଡ଼ାଣ କରିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। କେବଳ ମଙ୍ଗଳବାର, ବୁଧବାର ଓ ଶନିବାର ଉଡ଼ିବ ବିମାନ । ଅନ୍ତର୍ଜାତୀୟ ସଂଯୋଗୀକରଣ ବୃଦ୍ଧି କରିବା ଉଦ୍ଦେଶ୍ୟରେ ରାଜ୍ୟ ପାଇଁ ଏକ ଐତିହାସିକ ବିମାନ ଚଳାଚଳ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ବିଶ୍ୱ ମାନଚିତ୍ରରେ ଓଡ଼ିଶାକୁ ସ୍ଥାନିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ । ଏହା ଦ୍ବାରା ପର୍ଯ୍ୟଟନ, ବାଣିଜ୍ୟ ଏବଂ ଅନ୍ତର୍ଜାତୀୟ ସମ୍ପର୍କ ବୃଦ୍ଧି ହେବ। ଯାହା ଏକ ବିକଶିତ ଓଡ଼ିଶା ଗଠନ କାର୍ଯ୍ୟକୁ ସୁଦୃଢ଼ କରିବ। Post navigation ‘ଅପରେସନ୍ ସିନ୍ଦୁର’ରେ କୁଖ୍ୟାତ ଆତଙ୍କୀ ଅବଦୁଲ ରୌଫ୍ ଆଜହର ମୃତ୍ୟୁ ଭାରତର ଡିଜିଟାଲ ଷ୍ଟ୍ରାଇକ; ପାକିସ୍ତାନୀ ଫିଲ୍ମ, ୱେବ ସିରିଜକୁ ଓଟିଟି ପ୍ଲାଟଫର୍ମରୁ ହଟାଇବାକୁ ନିର୍ଦ୍ଦେଶ