ଦିନକୁ ଦିନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତୀବ୍ରତା ବଢ଼ିବାରେ ଲାଗିଛି । ପାକିସ୍ତାନ ଉପରେ କରାଯାଉଥିବା ଆକ୍ରମଣ ଅପରେସନ ସିନ୍ଦୂର ପରେ ଦେଶରେ ହାଇ ଆଲର୍ଟ ଜାରି ରହିଛି। ସୁରକ୍ଷା ଦଷ୍ଟିକୁ ନଜରରେ ରଖି ୨୭ ବିମାନବନ୍ଦର ବନ୍ଦ କରାଯାଇଥିବା ବେଳେ ୪୩୦ ଉଡ଼ାଣ ବାତିଲ କରାଯାଇଛି । ମେ’ ୧୦ ତାରିଖ ଯାଏଁ ଉତ୍ତର ଓ ପଶ୍ଚିମ ଏବଂ କେନ୍ଦ୍ରୀୟ ଭାରତରେ ବିମାନବନ୍ଦର ବନ୍ଦ କରିଦିଆଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ଏହି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର।

ସେଗୁଡିକ ହେଲା ଶ୍ରୀନଗର, ଜମ୍ମୁ, ଲେହ, ଚଣ୍ଡିଗଡ଼, ଅମୃତସର, ଲୁଧିଆନା, ପଟିଆଲ, ଭଟିଣ୍ଡା, ହଲୱାରା, ପଠାନକୋଟ, ଭୁଣ୍ଟାର, ଶିମଲା, ଯୋଧପୁର, ଜୈସଲମେର, ଧର୍ମଶାଳା, ଜାମନଗର, କିଶନଗଡ, ବିକାନେର,ରାଜକୋଟ, ପୌରବନ୍ଦର, ଭୁଜ, ଗ୍ବାଲିଅର ଆଦି ଏୟାରପୋର୍ଟ ବନ୍ଦ ରହିଛି ।

ସୂଚନାଯୋଗ୍ୟ, ଭାରତ ପାକିସ୍ତାନ ଓ ପିଓକେର ୯ଟି ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଟ୍ରାଇକ୍ କରିଛି । ପାକ୍ ଅଧିକୃତ କାଶ୍ମୀରରେ ପଶି ଭାରତୀୟ ସେନା ୯ଟି ସ୍ଥାନରେ ଜୋରଦାର ଆକ୍ରମଣ କରିଛି ।

Leave a Reply

Your email address will not be published. Required fields are marked *