MLA Yogesh Singh picked up by police
ସୁନ୍ଦରଗଡ଼ ଜିଲ୍ଲା ବରପାଲିରେ ପ୍ରସ୍ଥାବିତ ରେଲୱେ ସାଇଡିଙ୍ଗକୁ ବିରୋଧ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ଜନ ଆନ୍ଦୋଳନ ଚାଲିଥିବାବେଳେ ଆନ୍ଦୋଳନରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ ସାମିଲ ହୋଇଥିଲେ ।
 
ତେବେ ଯୋଗେଶଙ୍କ ସହ ପ୍ରାୟ ୨୦ ଜଣଙ୍କୁ ଆଜି ହେମଗିରି ପୋଲିସ ଉଠାଇ ନେଇଛି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ୫ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି ।
 
ହାଇକୋର୍ଟରେ ଏହି ମାମଲା ବିଚାରାଧୀନ ଥିବା ବେଳେ ତାକୁ ନମାନି ପ୍ରଶାସନ ବଳପୂର୍ବକ ରେଲୱେ ସାଇଡିଙ୍ଗ ନିର୍ମାଣ ଉଦ୍ୟମ ଚଳାଉଥିବା ଅଭିଯୋଗ ଆଣିଛନ୍ତି ବିଧାୟକ । ଜୋର ଜବରଦସ୍ତ ରେଲୱେ ସାଇଡିଂ ନିର୍ମାଣ କରାଗଲେ ଗ୍ରାମବାସୀ ଓ ବିଧାୟକ ରେଲୱେ ସାଇଡିଙ୍ଗରେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *