UGC sets up fact-finding committee to investigate Nepal girl’s death
କିଟ୍ ବିଶ୍ୱ ବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛି ୟୁଜିସି ।
ଭାରତର ସର୍ବୋଚ୍ଚ ଉଚ୍ଚଶିକ୍ଷା ନିୟାମକ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC), କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (KIIT) କ୍ୟାମ୍ପସରେ ପୁଣି ଥରେ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଛି ।
 
ଇଗ୍ନୋର ପୂର୍ବତନ କୁଳପତି ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଛି । ଏହି କମିଟିରେ ଅଧ୍ୟକ୍ଷଙ୍କ ସହ ଅନ୍ୟ ୩ ସଦସ୍ୟ ଅଛନ୍ତି । କିଭଳି ପରିସ୍ଥିତିରେ କିଟ ବିଶ୍ୱବିଦ୍ୟାଳୟରେ ଏଭଳି ଘଟଣା ବାରମ୍ବାର ଘଟୁଛି ତଦନ୍ତ କରି ୧୦ ଦିନ ଭିତରେ ରିପୋର୍ଟ ଦାଖଲ କରିବ କମିଟି ।
 
 

By Nirvay

Leave a Reply

Your email address will not be published. Required fields are marked *