ଗଜପତି ଜିଲ୍ଲାର ରାୟଗଡ଼ ଏସ୍ଏସଡି ବିଦ୍ୟାଳୟ ଶ୍ରେଣୀଗୃହରୁ ୨୦ ଫୁଟର ଅହିରାଜକୁ ଉଦ୍ଧାର କରାଯାଇଛି । ଗତକାଲି ଖବର ପାଇ ରାତିରେ ସ୍ନେକ୍ ହେଲ୍ପଲାଇନ ସଦସ୍ୟ ପହଞ୍ଚି ବହୁ ଚେଷ୍ଟା ଓ ସମୟ ପରେ ସାପକୁ ଉଦ୍ଧାର କରିଛନ୍ତି । ଗତକାଲି ସ୍କୁଲର କ୍ଲାସରୁମ ଭିତରକୁ ପଶି ଆସିଥିଲା ଅହିରାଜ। ଉଦ୍ଧାର ପରେ ସାପକୁ ଜଙ୍ଗଲରେ ଛାଡି ଦିଆଯାଇଛି ।

ସୂଚନା ଅନୁସାରେ, ରାୟଗଡ଼ ଏସ୍ଏସଡି ବିଦ୍ୟାଳୟ ହତା ମଧ୍ୟରେ ୨୦ ଫୁଟର ଅହିରାଜ ସାପ ବୁଲାବୁଲି କରୁଥିବାର ଦୃଶ୍ୟ ସ୍ଥାନୀୟ ଲୋକ ଦେଖିଥିଲେ । ସମସ୍ତ ଭୟଭୀତ ହୋଇ କେହି ସାପକୁ ମଧ୍ୟ ଧରୁନଥିଲେ । ଗତକାଲି ସନ୍ଧ୍ୟାରେ ବିଦ୍ୟାଳୟ ଶ୍ରେଣୀଗୃହ ମଧ୍ୟରେ ସାପ ପଶିଯାଇଥିଲା । ଏହି ସମୟରେ ସ୍ଥାନୀୟ ଲୋକେ ଶ୍ରେଣୀଗୃହର କବାଟ ଦେଇଥିଲେ । ପରେ  ଗଞ୍ଜାମ ଜିଲ୍ଲା ଚିକିଟିରୁ ସ୍ନେକ ହେଲ୍ପଲାଇନର ସଦସ୍ୟଙ୍କୁ ଖବର ଦେଇଥିଲେ । ସ୍ନେକ ହେଲ୍ପଲାଇନ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ବହୁ ଚେଷ୍ଟା ଓ ସମୟ ପରେ ସାପଟିକୁ ଉଦ୍ଧାର କରିଥିଲେ ।

Leave a Reply

Your email address will not be published. Required fields are marked *