ଚଳିତ ମାସ ଶେଷ ସୁଦ୍ଧା ପୁରୀରେ ହେବ ଶ୍ରୀଜିଉଙ୍କ ଧାଡି ଦର୍ଶନ ବ୍ୟବସ୍ଥା। ଭକ୍ତ ମାନଙ୍କ ଭିଡକୁ ସୁବ୍ୟବସ୍ଥିତ କରିବା ଏବଂ ମନ୍ଦିର ଶୃଙ୍ଖଳା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରସ୍ତାବିତ ଧାଡ଼ି-ଭିତ୍ତିକ ଦର୍ଶନ ବ୍ୟବସ୍ଥା ଚଳିତ ମାସ ଶେଷ ସୁଦ୍ଧା ହେବ । ଏନେଇ ଆଜି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଆଜି ବ୍ରହ୍ମପୁରରେ ତାରାତାରିଣୀ ଦର୍ଶନ ବେଳେ ମନ୍ତ୍ରୀ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ ସପ୍ତାହେ ମଧ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟି ହେବ। ପରିଚାଳନା କମିଟି ପରେ ହୁଣ୍ଡି ଉଠାଇବା ନିଷ୍ପତ୍ତି ଅନୁମୋଦିତ ହେବ। ପରିଚାଳନା କମିଟିର ପ୍ରସ୍ତାବ ଓ ସରକାରଙ୍କ ଅନୁମତି ପରେ ହୁଣ୍ଡି ସ୍ଥାନାନ୍ତର ହେବ। ଏହାପରେ ଧାଡି ଦର୍ଶନ ବ୍ଯବସ୍ଥା ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *