ପ୍ରଥମ ଶ୍ରେଣୀ ନାମଲେଖା ବୟସକୁ ନେଇ ଦୂରହେଲା ଦ୍ଵନ୍ଦ । ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ପିଲାର ବୟସ ୬ କିମ୍ବା ତଦୁର୍ଦ୍ଧ ହେବା ଜରୁରୀ । ରାଜ୍ୟରେ ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ନେଇ ନିଷ୍ପତ୍ତି ହୋଇଛି। ଯାହାପରେ ଓଡ଼ିଶା ସରକାର ପ୍ରଥମ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ନୂଆ ବୟସ ସୀମା ସ୍ଥିର କରିଛନ୍ତି। ସେପ୍ଟେମ୍ବର ମାସ ୧ ତାରିଖ ସୁଦ୍ଧା ପିଲାକୁ ୬ ବର୍ଷ ହୋଇଥିଲେ ସେ ପ୍ରଥମ ଶ୍ରେଣୀରେ ନାମ ଲେଖାଇପାରିବେ ।

ନୂଆ ବୟସ ମାନଦଣ୍ଡ ଅନୁଯାୟୀ,ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ଜଣେ ପିଲାକୁ ୬ ବର୍ଷ କିମ୍ବା ତା’ଠାରୁ ଅଧିକ ହେବା ଜରୁରୀ । ଛଅ ବର୍ଷ ବୟସ ପୂରଣ କରିବାର ଶେଷ ତାରିଖ ମାର୍ଚ୍ଚ ୩୧ ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ସ୍କୁଲ ଏବଂ ଗଣଶିକ୍ଷା ବିଭାଗ କହିଛି। ଏହା ସହ ଛାତ୍ରଛାତ୍ରୀଙ୍କ ଉତ୍କୃଷ୍ଟ ଶୈକ୍ଷିକ ବିକାଶ ପାଇଁ ଜାତୀୟ ଶିକ୍ଷା ନୀତି ୨୦୨୦ରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ନେଇ ଏହି ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published. Required fields are marked *