ଏସୀୟ ପାରା କ୍ରୀଡ଼ାରେ ଚମକିଛନ୍ତି ଓଡ଼ିଶା ଝିଅ ପାୟଲ ନାଗ୍ । ମହିଳା ପାରା କମ୍ପାଉଣ୍ଡ ଆର୍ଚେରୀ ଡବଲ୍ସ ଇଭେଣ୍ଟରେ ପାୟଲ ନାଗ୍ ରୌପ୍ୟ ପଦକ ଜିତି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ଏହି ଇଭେଣ୍ଟରେ ପାୟଲ ନାଗ୍ଙ୍କ ସହ ଭାରତର ଅନ୍ୟତମ ପାରା ତୀରନ୍ଦାଜ ଶୀତଳା ଦେବୀ ମଧ୍ୟ ରୌପ୍ୟ ପଦକ ହାସଲ କରିଛନ୍ତି । ଏସୀୟ ପାରା କ୍ରୀଡ଼ା ଆଇଚି-ନାଗୋୟା ୨୦୨୬ର ମହିଳା କମ୍ପାଉଣ୍ଡ ଡବଲ୍ସ ଇଭେଣ୍ଟରେ ଭାରତର ଶୀତଳା ଦେବୀ ଓ ପାୟଲ ନାଗ୍ ରୌପ୍ୟ ପଦକ ହାସଲ କରିଛନ୍ତି। ବୁଧବାର ଅନୁଷ୍ଠିତ ଫାଇନାଲ୍ରେ ଭାରତୀୟ ଯୋଡ଼ି ଚୀନ୍ର ଜୁ ଜୁଏକିଙ୍ଗ୍ ଓ ଝାଓ ଜିଙ୍ଗ୍ଙ୍କ ଠାରୁ ୧୪୧-୧୫୦ ପଏଣ୍ଟରେ ପରାସ୍ତ ହୋଇ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି। ଫାଇନାଲ୍ରେ ଭାରତୀୟ ଯୋଡ଼ି ଚୀନ୍ର ଖେଳାଳିଙ୍କୁ କଡ଼ା ଟକ୍କର ଦେଇଥିଲେ ମଧ୍ୟ ଶେଷରେ ବିଜୟ ହାସଲ କରିପାରି ନଥିଲେ । ତଥାପି ରୌପ୍ୟ ପଦକ ଜିତି ଉଭୟ ଖେଳାଳି ଭାରତ ପାଇଁ ଗୌରବ ଆଣିଛନ୍ତି । ପାୟଲଙ୍କ ଏହି ଉପଲବ୍ଧି ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳାଇଦେଇଛି । Post navigation Naveen Patnaik’s CJP Support Row: CJPକୁ ନବୀନଙ୍କ ସମର୍ଥନ ପ୍ରସଙ୍ଗ: କଡ଼ା ସମାଲୋଚନା କଲେ ମନମୋହନ ସାମଲ India Chem 2026: ଇଣ୍ଡିଆ କେମ୍-୨୦୨୬ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଓଡ଼ିଶା ଆଣିବ ନୂଆ ନିବେଶ