Amit Shah | PTI

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଆସନ୍ତା ୨୨ ତାରିଖରେ ଓଡ଼ିଶା ଆସିବେ ଅମିତ ଶାହ । ଆସନ୍ତା ୨୨ ତାରିଖ ସମ୍ବଲପୁରରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଥିବାବେଳେ ୨୩ ତାରିଖରେ ଭୁବନେଶ୍ୱରରେ କାର୍ଯକ୍ରମ ରହିଛି।‌ ଗୃହମନ୍ତ୍ରୀଙ୍କ ଗସ୍ତକୁ ନେଇ ଆଜି ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି। ସମ୍ବଲପୁର ଏମସିଏଲ ପରିସରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ସଭାପତି ମନମୋହନ ସାମଲଙ୍କ ସମେତ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ବିଧାୟକ ଜୟ ନାରାୟଣ ମିଶ୍ର, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲଙ୍କ ସହ ବିଜେପିର ବହୁ ରାଜ୍ୟସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ରହିଛନ୍ତି ।

Leave a Reply

Your email address will not be published. Required fields are marked *