ଜେଲ ଗଲେ ବିଜେଡି ନେତା ରାଜା ଚକ୍ର । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆର୍ଥିକ ଅନିୟମିତତା ଘଟଣାରେ ବାଲେଶ୍ବର ଜେଲ୍ ଗଲେ ବିଜେଡି ନେତା ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା ଚକ୍ର । ତେବେ କୌଣସି ରିମାଣ୍ଡ ଆବେଦନ କଲା ନାହିଁ ଇଓଡବ୍ଲ୍ୟୁ । ବାଲେଶ୍ୱର କୋର୍ଟରେ ଇଓଡବ୍ଲ୍ୟୁ ହାଜର କରିବା ପରେ ଶୁକ୍ରବାର ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି । ୧୯ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତରେ ରହିବେ ରାଜା ଚକ୍ର । ଗତକାଲି ରାଜା ଚକ୍ରଙ୍କୁ ଇଓଡବ୍ଲ୍ୟୁ ଗିରଫ କରିଥିଲା । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୩ ଜଣ ଗିରଫ ହୋଇ ସାରିଛନ୍ତି । Post navigation ଆଜି କୋର୍ଟରେ ହାଜର ହେବେ ବିଜେଡି ନେତା ରାଜା ଚକ୍ର ହୋଲି ପାଇଁ ଜାରି ହେଲା କଟକଣା