Temperature crosses 40 degrees in Odisha
ବଢୁଛି ସୂର୍ଯ୍ୟଙ୍କ ଉତ୍ତାପ, ଅସ୍ତବ୍ୟସ୍ତ ହେଉଛି ଜନଜୀବନ । ତାତିରୁ ମିଳୁନି ନିସ୍ତାର । ଆଜି ବୌଦ୍ଧ ୪୦.୫ ଡ଼ିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା
 
ପାଣିପାଗ ବିଭାଗ ରିପୋର୍ଟ ଅନୁଯାୟୀ ଆଜି ରାଜ୍ୟର ୧୨ଟି ସହରରେ ତାପମାତ୍ରା ୩୮ ଡିଗ୍ରୀ ଉପରେ ରହିଥିଲା ।
 
ବଲାଙ୍ଗିର ୩୯.୯ ଡିଗ୍ରୀ, ଟିଟିଲାଗଡ଼ ୩୯.୫, ଝାରସୁଗୁଡ଼ା ୩୯.୪ ସୁନ୍ଦରଗଡ଼ ୩୯.୪, ସମ୍ବଲପୁର ୩୯.୩, ବାରିପଦା ୩୯, ସୋନପୁର ୩୮.୯, ଭଦ୍ରକ ୩୮.୮, ହୀରାକୁଦ ୩୮.୭, ରାଉରକେଲା ଓ ଭବାନୀପାଟଣା ତାପମାତ୍ରା ୩୮.୪ ଡିଗ୍ରୀ ଥିବା ବେଳେ କଟକ ୩୭ ଓ ଭୁବନେଶ୍ୱର ତାପମାତ୍ରା ୩୬.୬ ଡିଗ୍ରୀ ରେକର୍ଡ କରାଯାଇଛି ।

By Nirvay

Leave a Reply

Your email address will not be published. Required fields are marked *