ପାକିସ୍ତାନରେ ଟ୍ରେନ ଅପହରଣ । ରେଳ ଧାରଣାରେ ବିସ୍ଫୋରଣ କରି ଟ୍ରେନ ଅପହରଣ କରାଯାଇଥିବା ସୂଚନା । ବଲୋଚ ଆତଙ୍କବାଦୀ ସଂଗଠନ ୪୦୦ ଯାତ୍ରୀ ଥିବା ଟ୍ରେନ୍କୁ କବ୍ଜା କରି ନେଇ ୧୦୦ରୁ ଅଧିକ ସେନଙ୍କୁ ବନ୍ଧକ ରଖିଥିବା ଜଣାପଡିଛି। ଏହା ସହ ୬ ସେନା କର୍ମୀଙ୍କୁ ହତ୍ୟା କରିଥିବା କୁହାଯାଇଛି। ଘଟଣା ବିଷୟରେ ସୂଚନା ପାଇବା ପରେ, ବେଲୁଚିସ୍ତାନ ସରକାର ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଛନ୍ତି। ସୂଚନା ଅନୁସାରେ; ଜାଫ୍ରା ଏକ୍ସପ୍ରେସ ପେଶାୱାର-କ୍ୱେଟା ଯାଉଥିବା ବେଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଟ୍ରେନରେ ପ୍ରାୟ ୪୦୦ ଯାତ୍ରୀ ଥିଲେ । ପାକିସ୍ତାନ ରେଳପଥ ଅନ୍ତର୍ଗତ ଜାଫର ଏକ୍ସପ୍ରେସକୁ ବେଲୁଚି ଲିବରେସନ ଆର୍ମି (ବିଏଲଏ)ର ସଶସ୍ତ୍ର ବିଦ୍ରୋହୀମାନେ ବୋଲାନଠାରେ ଅପହରଣ କରିନେଇଥିବା ଦାବି କରିଛନ୍ତି । ଏହି ଅପରେସନ୍ ମାଜିଦ୍ ବ୍ରିଗେଡ୍, STOS ଏବଂ ଫତେହ ସ୍କ୍ୱାଡ୍ ମିଳିତ ଭାବରେ ପରିଚାଳନା କରୁଛନ୍ତି। ଯେକୌଣସି ସାମରିକ ଅନୁପ୍ରବେଶର ସମାନ ବଳରେ ଜବାବ ଦିଆଯିବ। ଏପର୍ଯ୍ୟନ୍ତ ଛଅ ଜଣ ସାମରିକ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ଏବଂ ଶହ ଶହ ଯାତ୍ରୀ ଅଟକ ଅଛନ୍ତି। ଏହା ସହ କୁହାଯାଇଛି ସେମାନେ ମହିଳା, ପିଲା ଏବଂ ବାଲୁଚ୍ ଯାତ୍ରୀମାନଙ୍କୁ ମୁକ୍ତ କରିଛନ୍ତି, ବାକି ସମସ୍ତ ବନ୍ଧକ ପାକିସ୍ତାନୀ ସେନାର କର୍ମଚାରୀ । ଯଦି ପାକିସ୍ତାନୀ ସେନା କିଛି କାର୍ଯ୍ୟାନୁଷ୍ଠାନ କରେ, ତେବେ ସମସ୍ତ ବନ୍ଧକକୁ ହତ୍ୟା କରିବାକୁ ଚେତାବନୀ ଦିଆଯାଇଛି । ପାକ୍ ସେନା ଓ ସରକାର ଦାୟୀ ରହିବେ ବୋଲି ବିଏଲଏ କହିଛି । Post navigation ଆରୁହା ପାହାଡ଼ ଖଣି ଖାଦାନରେ ଖଣି ବିଭାଗର ରେଡ୍ ଓଡ଼ିଶା ନିର୍ବାଚନ ଗଡ଼ବଡ଼ ପ୍ରସଙ୍ଗ; ଫର୍ମ ୧୭-ସିର ତଥ୍ୟକୁ ସାର୍ବଜନିନ କରିବାକୁ ବିଜେଡିର ଦାବି