ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ବାତିଲ କରାଯିବ ନେଇ ଦେଖା ଦେଇଛି ବିକ୍ଷୋଭ । ଏ ନେଇ ଆଜି ନୟାଗଡ଼ ବିଜେଡି ପକ୍ଷରୁ ଜୋରଦାର ପ୍ରତିବାଦ ଦେଖିବାକୁ ମିଳିଛି । ବିଜୁ ବାବୁଙ୍କ ପ୍ରତି ଅପମାନ ଅଭିଯୋଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଗେଟ୍ ତାଲା ଭାଙ୍ଗି ପ୍ରତିବାଦ କରିଛି ବିଜେଡି । ବିଧାୟକ ଅରୁଣ କୁମାର ସାହୁଙ୍କ ନେତୃତ୍ଵରେ ଏହି ବିକ୍ଷୋଭ କହିଛି ବିଜେଡି। ଏହି ସମୟରେ ମୁହାଁମୁହିଁ ହୋଇଛନ୍ତି ପୋଲିସ ଆଉ ବିଜେଡ଼ି କର୍ମୀ। ସୂଚନା ଯୋଗ୍ୟ; ପ୍ରତିବର୍ଷ ରାଜ୍ୟରେ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଇଥିଲା । କିନ୍ତୁ ଚାଳିତ ବର୍ଷ ନୂଆ ରାଜ୍ୟ ସରକାର ଆସିବା ପରେ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ପରିବର୍ତ୍ତେ ଏପ୍ରିଲ ୨୪ ରେ ପଞ୍ଚାୟତିରାଜ ଦିବସ ପାଳନ କରାଯିବ ବୋଲି ନିଷ୍ପତି ନିଆଯାଇଛି। ସେଥିପାଇଁ ଚାରିଆଡ଼େ ବିଜେଡିର ବିକ୍ଷୋଭ ଦେଖା ଯାଉଚି । Post navigation ଆସିଲା ସୁଭଦ୍ରା ଟଙ୍କା; ଅଙ୍ଗନବାଡି କର୍ମୀଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା ରାଜା ଚକ୍ରଙ୍କୁ ବଦ୍ରିଙ୍କ ଟାର୍ଗେଟ୍; କହିଲେ ବିଜେଡିକୁ ବ୍ୟବହାର କରି ଅର୍ଥ ଉପାର୍ଜନ ନା ନାହିଁ ତଦନ୍ତରୁ ଜଣାପଡ଼ିବ