ରାଜ୍ୟକୁ କଲବଲ କରିବ ତାତି । ଦିନକୁ ଦିନ ତାପମାତ୍ରା ବଢୁଥିବା ବେଳେ ମାର୍ଚ୍ଚ ମାସରେ ଅସ୍ବାଭାବିକ ଗରମ ହେବ ହେବା ସହ ପୂର୍ବ ରେକର୍ଡ ଭାଙ୍ଗିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ୪୦ ବର୍ଷର ରେକର୍ଡ ଭାଙ୍ଗିବ ଏଥର ରାଜ୍ୟର ତାପମାତ୍ରା । ଆଇଏମ୍ଡି ପାଖରୁ ଆଜି ଏକ ଚେତାବନୀ ଦିଆଯାଇ ସୂଚନା ଦିଆଯାଇଛି ଯେ ମାର୍ଚ୍ଚ ମାସରେ ଉଭୟ ଦିନ ଏବଂ ରାତିରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ ଏବଂ ଅଧିକାଂଶ ଦିନ ଏହି ସ୍ଥିତି ଦେଖିବାକୁ ମିଳିବ। ମାର୍ଚ୍ଚ ଦ୍ବିତୀୟ ସପ୍ତାହରୁ ଦିନ ତାପମାତ୍ରା ବୃଦ୍ଧି ପାଇବ। ଏବେ ରାଜ୍ୟରେ ଖରା ବଢ଼ିବା ଆରମ୍ଭ ହୋଇଛି। ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୩୪ ଡିଗ୍ରୀ ସେଲସିୟସ୍ ପାଖାପାଖି ରହିଛି। ୬ଟି ସ୍ଥାନରେ ପାରଦ ୩୪ ଡିଗ୍ରୀ ସେଲସିୟସ୍ ଉପରେ ରହୁଛି। ମିଳିଥିବା ସୂଚନାନୁାସାରେ, ୧୯୬୩ ମସିହାରେ ଫେବୃୟାରୀ ମାସରେ ରାଜଧାନୀ ଭୁବନେଶ୍ୱରରରେ ସର୍ବୋଚ୍ଚ ତାପମାତ୍ରା ୪୨.୭ ଡିଗ୍ରୀ ରେକର୍ଡ ହୋଇଥିଲା । ୨୦୨୫ରେ ଏହି ତାପମାତ୍ରା ଟପି ଯିବାର ଅନୁମାନ କରାଯାଉଛି । Post navigation ଉଦ୍ଘାଟିତ ହେଲା ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରା ଦ୍ୱିତୀୟ କିସ୍ତି ଟଙ୍କା; ଏକ କୋଟିରୁ ଅଧିକ ମହିଳା ହେବେ ସାମିଲ