ଭାରତକୁ ବିଜ୍ଞାନ ଓ ମହାକାଶ ଛଡ଼ା AIରେ ମଧ୍ୟ ସଫଳତା ମିଳିଛି ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ଜରିଆରେ ଦେଶକୁ ସମ୍ବୋଧିତ କରି କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଇସ୍ରୋ ଓ ସ୍ପେସ ସେକ୍ଟରକୁ ଇସ୍ରୋର ସଫଳତାର ପରିଧି ବଢିବାରେ ଲାଗିଛି । ଅନ୍ୟ ଦେଶର ବହୁତ ଗୁଡାଏ ସାଟେଲାଇଟ୍ ଇସ୍ରୋ ସଫଳତା ପୂର୍ବକ ମହାକାଶକୁ ପଠାଇ ସାରିଛି । ଆଉ ସବୁଠୁ ବଡ କଥା ସ୍ପେସ ସାଇଣ୍ଟିଷ୍ଟର ଆମ ଦଳରେ ନାରୀଶକ୍ତିର ଭାଗିଦାରୀ ଲଗାତାର ବଢିବାରେ ଲାଗିଛି । ଆଜି ଏହା ଦେଖି ମୋତେ ଖୁସି ଲାଗୁଛି ଯେ, ସ୍ପେସ ସେକ୍ଟର ପ୍ରତି ଯୁବ ବର୍ଗ ଆକର୍ଷିତ ହେଉଛନ୍ତି । ଏହା ସହ ମହାକାଶ ଓ ବିଜ୍ଞାନ ପରି ଆଜି ଆଉ ଏକ କ୍ଷେତ୍ର ଦ୍ରୁତ ଗତିରେ ନିଜର ପରିଚୟ ସୃଷ୍ଟି କରୁଛି । ତାହା ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଏକ ସମ୍ମିଳନୀକୁ ଯାଇଥିଲି । ସେଠାରେ ଭାରତର ଏହି କ୍ଷେତ୍ରରେ କରିଥିବା ପ୍ରଗତିର ପ୍ରଶଂସା କରାଯାଇଥିଲା । ଆମ ଦେଶରେ ଲୋକେ ଏଆଇର ଉପଯୋଗ କେଉଁଭଳି କରୁଛନ୍ତି ଏହାର ଅନେକ ଦିଗ ଦେଖିବାକୁ ମିଳିଥିଲା । ତେଲଙ୍ଗାନାରେ ଏକ ସ୍କୁଲରେ ଶିକ୍ଷକ ଏଆଇ ଟୁଲ୍ ସାହାଯ୍ୟରେ କୋଲାମି ଭାଷାରେ ଗୀତ କମ୍ପୋଜ କରିଛନ୍ତି । ସେ ଏଆଇର ଉପଯୋଗ କରି ଅନ୍ୟ ଭାଷାରେ ଗୀତ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ସ୍ପେସ ସେକ୍ଟର ହେଉ କିମ୍ବା ଏଆଇ, ଏହା ଆମ ଯୁବ ପିଢିଙ୍କ ମଧ୍ୟରେ ନୂଆ କ୍ରାନ୍ତିକୁ ଜନ୍ମ ଦେଉଛି । ନୂଆ ନୂଆ ପ୍ରଯୁକ୍ତି ଜ୍ଞାନ କୌଶଳ ଆପଣେଇବାରେ ଭାରତୀୟ କାହାଠୁ ପଛରେ ନୁହେଁ ବୋଲି ମୋଦୀ କହିଛନ୍ତି । ସେ ଆଉ ମଧ୍ୟ କହିଛନ୍ତି ଆସନ୍ତା ମାସ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯିବ । ଏହି ଦିନ ନିଜର ସାମାଜିକ ଗଣମାଧ୍ୟମ ଆକାଉଣ୍ଟକୁ କିଛି ପ୍ରେରଣାଦାୟୀ ମହିଳାଙ୍କୁ ସମର୍ପିତ କରାଯିବ । Post navigation ହିମାଚଳ ପ୍ରଦେଶରେ ଭୂମିକମ୍ପ ଝଟକା ମୋଟାପଣ ସମସ୍ୟା ଦୂର ପାଇଁ ଯୁବପିଢୀଙ୍କୁ ସ୍ୱାସ୍ଥ୍ୟମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ