ଦେବଗଡ଼ ସହରରେ ଥିବା ସରକାରୀ ମୁଦ୍ରଣାଳୟକୁ ଅଧିକ କାର୍ଯ୍ୟକ୍ଷମ ଦାବିରେ ଭୁବନେଶ୍ଵରରେ ଥିବା ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କୁ ଦାବିପତ୍ର ଦେଇଛନ୍ତି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ । ସେ ନିଜ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଦେବଗଡ ସହରରେ ଥିବା ସରକାରୀ ମୁଦ୍ରଣାଳୟଟି ସ୍ୱାଧୀନତା ପୂର୍ବରୁ ଯଶସ୍ୱୀ ରାଜା ସାର ବାସୁଦେବ ସୁଢ଼ଳଦେବଙ୍କ ଦ୍ୱାରା ୧୮୮୬ ମସିହାରେ ସ୍ଥାପିତ ହୋଇଥିଲା । ଏଠାରୁ ସମ୍ବଲପୁର ହିତୈଷଣୀ ଭଳି ପତ୍ରିକା ମାନ ପଣ୍ଡିତ ନୀଳମଣି ବିଦ୍ୟାରନ୍, ପ୍ରାବନ୍ଧିକ ଜଳନ୍ଧର ଦେବ ପ୍ରମୁଖ ସମ୍ପାଦନା କରୁଥିଲେ । ଏଠାରେ ଓଡିଶାର ପ୍ରଥମ ବିଦ୍ୟୁତ ଚାଳିତ ଛାପାକଳ ବ୍ୟବହାର ହୋଇଥିଲା । ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଦେବଗଡର ଜିଲ୍ଲାପାଳ ଥିବାବେଳେ ଏହି ମୁଦ୍ରଣାଳୟର ଶୈଳି । ଢ଼ାଞ୍ଚା କୁ ଅକ୍ଷୁଣ୍ଣ ରଖି ମରାମତିର ବ୍ୟବସ୍ଥା କରିଥିଲେ । ସ୍ୱଭାବକବି ଗଙ୍ଗାଧର ମେହେର ଓ କବିବର ରାଧାନାଥ ରାୟଙ୍କ ଲେଖା ଏହି ମୁଦ୍ରଣାଳୟରୁ ପ୍ରକାଶିତ ହୋଇଥିଲା ।

ଏହି ମୁଦ୍ରଣାଳୟଟି ଦେବଗଡ ଜିଲ୍ଲା ସମେତ ଆଖପାଖ ଜିଲ୍ଲାର ସରକାରୀ କାର୍ଯ୍ୟାଳୟ ଗୁଡିକ ନିମନ୍ତେ ଆବଶ୍ୟକୀୟ ଫର୍ମ, ଫାଇଲ, ଲଫାପା, ନୋଟ ସିଟ, ଅର୍ଡର ସିଟ ଇତ୍ୟାଦି ଯୋଗାଇଥାଏ ।

ସେଠାରେ ଆଉ ମଧ୍ୟ ଲେଖା ହୋଇଛି ଶୁଣିବାକୁ ମିଳୁଛି ଏହି ଐତିହ୍ୟପୂର୍ଣ ଓ ଓଡିଆ ଭାଷା ଅନ୍ଦୋଳନର ମୁକସାକ୍ଷୀ ଦେବଗଡ ମୁଦ୍ରଣାଳୟଟିକୁ ସମ୍ପୂର୍ଣ ବନ୍ଦ କରିଦେବାକୁ ମସୁଧା ହେଉଛି । ଏଠାରେ ଥିବା ୫ ଜଣ କର୍ମଚାରୀଙ୍କ ମଧ୍ୟରୁ ୩ ଜଣଙ୍କୁ ଅନ୍ୟତ୍ର ବଦଳି କରିଦିଆଯାଇଥିବାରୁ ଏବେ ମାତ୍ର ୨ ଜଣ କର୍ମଚାରୀଙ୍କୁ ନେଇ ମୁଦ୍ରଣାଳୟ ଚାଲିଛି । ଅଳ୍ପଦିନ ତଳେ ୫ ଟି ଛାପକଳକୁ କବାଡିବାଲାଙ୍କୁ ବିକ୍ରି କରିଦିଆଯାଇଛି ।

ଏଣୁ ଆପଣଙ୍କୁ ଅନୁରୋଧ କରେକି ସରକାରୀ ମୁଦ୍ରଣାଳୟ, ଦେବଗଡ ଏକ ଐତିହ୍ୟ ଓ ଜରୁରୀ କାର୍ଯ୍ୟାଳୟ ହୋଇଥିବାରୁ ଏହାକୁ ବନ୍ଦ କରାନଯାଉ । ଏହାକୁ ଆହୁରି ଅଧ‌ିକ କର୍ମଚାରୀ ଓ ନୂତନ ଆଧୁନିକ ଛାପାଯନ୍ତ୍ର ଯୋଗାଇ ଅଧିକ କାର୍ଯ୍ୟକ୍ଷମ କରାଯାଉ ।

Leave a Reply

Your email address will not be published. Required fields are marked *