ଭୁବନେଶ୍ୱରର ପଟିଆ ସ୍ଥିତ କିଟ୍ କଲେଜରେ ଛାତ୍ରଛାତ୍ରୀଙ୍କ ଉତ୍ତେଜନା। ଶିକ୍ଷାନୁଷ୍ଠାନରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବିବାଦ। ହଷ୍ଟେଲ୍ କ୍ୟାମ୍ପସ ଭିତରେ ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଉତ୍ତେଜନା ଦେଖାଦେଇଛି। ଛାତ୍ରୀଙ୍କ ମୃତ୍ୟୁ ପରେ ଅନ୍ୟ ନେପାଳୀ ଛାତ୍ରକିଛି କ୍ୟାମ୍ପସ ଭିତରେ ପଶି ଭଙ୍ଗାରୁଜା କରିଥିଲେ। ନେପାଳୀ ଛାତ୍ରୀଙ୍କୁ ଅସଦାରଣ ପରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗରେ ଅନ୍ୟ ଛାତ୍ରମାନେ ନ୍ୟାୟ ଦାବିରେ ବିକ୍ଷୋଭ କରିଛନ୍ତି ।

ତେବେ ଛାତ୍ରୀଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପ୍ରେମ ପାଇଁ ଛାତ୍ରୀ ଜଣକ ଜୀବନ ହାରିଥାଇ ପାରନ୍ତି ବୋଲି କୁହାଯାଉଥିବା ବେଳେ ଅନ୍ୟପଟେ ଛାତ୍ରୀ ଜଣଙ୍କୁ ଅସଦାଚରଣ କରାଯାଇଥିଲା ବୋଲି ଅଭିଯୋଗ ଆସିଛି। ଏହା ପରେ କିଟ୍ କ୍ୟାମ୍ପସରେ ସାଇଣ୍ଟିଫିକ୍ ଟିମର ଖୋଳତାଡ଼। ମୃତ ଛାତ୍ରୀଙ୍କ ରୁମକୁ ଯାଇ ଖୋଳତାଡ଼ କରୁଛି ସାଇଣ୍ଟିଫିକ୍ ଟିମ୍। ହତ୍ୟା ସନ୍ଦେହରେ ପୋଲିସର ସ୍ୱତନ୍ତ୍ର ଟିମର ଖୋଳତାଡ ଜାରି ରହିଛି। ମୃତ ଛାତ୍ରୀର ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ। ଏହା ସହ ଜଣେ ଛାତ୍ରକୁ ଅଟକ ରଖି ଜେରା କରୁଛି ଇନଫୋସିଟି ଥାନା ପୋଲିସ ।

ଅନ୍ୟପଟେ ଭୁବନେଶ୍ବର କିଟ୍ କଲେଜରେ ଛାତ୍ରୀ ମୃତ୍ୟୁ ଘଟଣାରେ ସଫେଇ ରଖିଛନ୍ତି କଲେଜ କର୍ତ୍ତୃପକ୍ଷ । କିଟ୍ କୂଳ ସଚିବ କହିଛନ୍ତି ଅଭିଯୁକ୍ତ ଛାତ୍ରଙ୍କ ସହ ମୃତ ନେପାଳୀ ଛାତ୍ରୀଙ୍କ ଥିଲା ପ୍ରେମ ସମ୍ପର୍କ। ମନୋମାଳିନ୍ୟରୁ ଆତ୍ମହତ୍ୟା କରିଥିବା ଜଣାପଡିଛି ।

 

Leave a Reply

Your email address will not be published. Required fields are marked *