ରାଜ୍ୟ ବାହାରର ଲୁଟେରାକୁ ରାଜଧାନୀରେ ଏନକାଉଣ୍ଟର କଲି ପୁଲିସ୍‌ । ରାଜ୍ୟ ବାହାର ଲୁଟେରା ଅର୍ଜୁନ ଅନାରେକୁ ଏନ୍‌କାଉଣ୍ଟର କରାଯାଇଛି। ମଧ୍ୟପ୍ରଦେଶରୁ ଆସି ଭୁବନେଶ୍ୱରରେ ଚଳାଇଥିଲା ଲୁଟପାଟ୍‌ । ଡକାୟତି ଉଦ୍ୟମ ବେଳେ ବାଲିଅନ୍ତା କେନାଲ ବନ୍ଧରେ ଏନକାଉଣ୍ଟର ହୋଇଥିବା ଜଣାପଡିଛି। ତେବେ ପୋଲିସ ଗୁଳି ମାଡ଼ରେ ଲୁଟେରା ଅର୍ଜୁନର ଗୋଡ଼ରେ ଗୁଳି ବାଜିଥିଲା। ହେଲେ ଅର୍ଜୁନର ଅନ୍ୟ ଲୁଟେରା ସାଥିମାନେ ଫେରାର ମାରିଥିଲେ। ଏନ୍‌କାଉଣ୍ଟର ପରେ ଗୁରୁତର ଅବସ୍ଥାରେ ଅର୍ଜୁନକୁ ପୋଲିସ ଧରିବା ସହ ହସ୍ପିଟାଲ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସୂଚନା ଯୋଗ୍ୟ; ବାଲିଅନ୍ତା ଥାନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ହଠାତ୍ ଅର୍ଜୁନ ଅନାରେ ତାର ସାଥୀମାନଙ୍କ ସହ ଆପାର୍ଟମେଣ୍ଟ ଲୁଟ କରିବା ପାଇଁ ଯୋଜନା କରୁଥିବା ବେଳେ ପୋଲିସକୁ ଦେଖି ଅର୍ଜୁନ ସହ ତାଙ୍କ ଗ୍ରୁପ ଫେରାର୍ ହେବା ପାଇଁ ଚେଷ୍ଟା କରୁଥିବା ବେଳେ ପୋଲିସ ତାଙ୍କୁ ଗୋଡ଼ାଇଥିଲା। ସେହି ସମୟରେ ବାଲିଅନ୍ତା କେନାଲ ବନ୍ଧ ଉପରେ ଅର୍ଜୁନ ପୋଲିସ ଉପରକୁ ଗୁଳିମାଡ଼ କରିଥିଲା। ପୋଲିସ ପାଲଟା ଗୁଳି ଚଳାଇବା ବେଳେ ଅର୍ଜୁନର ଗୋଡ଼ରେ ଗୁଳି ବାଜିଥିଲା। ଫଳରେ ଘଟଣାସ୍ଥଳରେ ଅର୍ଜୁନ ଆହତ ହୋଇ ପଡିଯାଇଥିବା ବେଳେ ଅନ୍ୟ ୪ ଜଣ ଲୁଟେରା ଫେରାର୍ ହୋଇଯାଇଥିଲେ। ତେଣୁ ପୋଲିସ ଅନ୍ୟ ଲୁଟେରା ମାନଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି।

 

Leave a Reply

Your email address will not be published. Required fields are marked *