BJD to fight for rights of Odisha people
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଶଙ୍ଖ ଭବନରେ ଆଜି ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି ।
 
ଏହି ଅବସରରେ ପଟ୍ଟନାୟକ ଡବଲ ଇଞ୍ଜିନ ସରକାରକୁ ଦାୟିତ୍ବହୀନ ବୋଲି କହିଛନ୍ତି । ସେ ପୁଣି କହିଛନ୍ତି ଯେ ଆଠ ମାସ ହେଲା ବିଜେପି ସରକାର ଦାୟିତ୍ୱ ନେଲଣି କିନ୍ତୁ ତାଙ୍କ ଦୃଷ୍ଟିଭଙ୍ଗୀ ଓ କାର୍ଯ୍ୟଧାରାରେ ଓଡିଶା ତଥା ଓଡିଶାବାସୀଙ୍କ ସ୍ୱାର୍ଥର ସୁରକ୍ଷା ପ୍ରତିଫଳିତ ହେଉ ନାହିଁ ।
କେନ୍ଦ୍ର ବଜେଟ ଠାରୁ ଆରମ୍ଭ କରି ରେଳ ବଜେଟ, ପୋଲାଭରମ, ମହାନଦୀ, ପୂର୍ବତଟ ରେଳ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଆଦି ବିଭିନ୍ନ କ୍ଷେତ୍ରରେ ଓଡିଶା ର ସ୍ୱାର୍ଥ ଉପେକ୍ଷିତ । ସେହିପରି ଧାନ ସଂଗ୍ରହ ପ୍ରକ୍ରିୟା, ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ, ଆର୍ଥିକ କୁପରିଚାଳନା ତଥା ମିଶନ ଶକ୍ତି ଗୋଷ୍ଠୀ ଙ୍କ ସମସ୍ୟା ଆଇନ ଶୃଙ୍ଖଳା ଆଦି ବିଭିନ୍ନ ପ୍ରସଙ୍ଗ ରେ ରାଜ୍ୟ ସରକାରଙ୍କ ଅପାରଗତା ଜନ ଅସନ୍ତୋଷ ସୃଷ୍ଟି କରିଛି ବୋଲି ପଟ୍ଟନାୟକ କହିଥିଲେ ।
 
ତେଣୁ ଏକ ଦାୟିତ୍ୱ ପୂର୍ଣ୍ଣ ବିରୋଧୀ ଦଳ ଭାବରେ ବିଜେଡି ଓଡିଶା ଓ ଓଡିଶା ବାସୀଙ୍କ ସ୍ୱାର୍ଥଙ୍କ ର ସ୍ୱାର୍ଥ ର ସୁରକ୍ଷା ପାଇଁ ବିଜେଡି ବିଧାନସଭା ରେ ଦୃଢ଼ ସ୍ୱର ଉଠାଇବ ବୋଲି ପଟ୍ଟନାୟକ କହିଥିଲେ ।
BJD to fight for rights of Odisha people
 

By Nirvay

Leave a Reply

Your email address will not be published. Required fields are marked *