ତିଗିରିଆ ବ୍ଲକ ପଞ୍ଚାୟତ ସମିତି ବୈଠକରେ ଯୋଗଦେବାକୁ ଯାଇଥିବା ବେଳେ ବ୍ଲକ ସମ୍ମୁଖରେ କଟକ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ (ରାଜା) ସ୍ୱାଇଁଙ୍କୁ ବିରୋଧ । ନାରାବାଜି, ଠେଲାପେଲା ସହ ବ୍ଲକ ସମ୍ମୁଖରେ ଦେଖା ଦେଇଛି ଉତ୍ତେଜନା ।

ଏହି ଉତ୍ତେଜନା ମଧ୍ୟରେ ବୈଠକ ପହଞ୍ଚି ଫେରିବା ବେଳେ ବେଳେ ପୁଣି ବିରୋଧ କରି ରାଜା ସ୍ଵାଇଁଙ୍କ ଗାଡ଼ି ଉପରକୁ ଇଟା ମାଡ଼ ସହ ଅଣ୍ଡା ମାଡ଼ କରିଛନ୍ତି ଯୁବକ । ବ୍ୟାପକ ଦୁର୍ନୀତି, ଅଞ୍ଚଳର ବିକାଶ ହୋଇନଥିବା ଅଭିଯୋଗରେ ଏହି ଅଣ୍ଡାମାଡ଼ କରାଯାଇଥିବା ଜଣାପଡ଼ିଛି । ବିଧାୟକଙ୍କ ଗାଡ଼ିକୁ ଏସ୍କର୍ଟ କରି ବାହାରକୁ ପୋଲିସ ଆଣିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *